ଭାଙ୍ଗିଗଲାଣି ନବ ବାବୁଙ୍କ ସ୍ମୃତି

ଭୁବନେଶର(ବଡ଼ ଖବର ବ୍ୟୁରୋ): ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସେ । ଯାହାଙ୍କୁ ସାରା ଦେଶ ଜଣେ ପୁଣ୍ୟାତ୍ମା ଭାବେ ଜାଣେ । ଭୂଦାନ ଆନ୍ଦୋଳନରେ ସର୍ବସ୍ୱ ତ୍ୟାଗକରି ଅନୁଗୁଳର ବାଜି ଛାତ୍ରାବାସରେ ସାରା ଜୀବନ କଟାଇ ଦେଇଥିଲେ ପ୍ରଚଣ୍ଡ ଗାନ୍ଧିବାଦୀ ନବକୃଷ୍ଣ ଚୌଧୁରୀ ତଥା ସମସ୍ତଙ୍କ ପ୍ରିୟ ନବ ବାବୁ । ଏଭଳି ମହାତ୍ମାଙ୍କ ସ୍ମୃତି କିନ୍ତୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ଅଥଚ ଏହାର ସୁରକ୍ଷା ପାଇଁ ପଦକ୍ଷେପ ନିଆ ନ ଯିବା ଦୁର୍ଭାଗ୍ୟର ବିଷୟ ।

ଆଜି ବିଧାନସଭାରେ ନବ ବାବୁଙ୍କ ଭଙ୍ଗା ଘରର ଫଟୋ ଦେଖାଇ ପ୍ରଶ୍ନ ପଚାରିଥିଲେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ଯଦି ମହାପରୁଷଙ୍କ ସ୍ମୃତିକୁ ଆମେ ରକ୍ଷା ନ କରିପାରିବା ତେବେ କାହକୁ ନେଇ ଗର୍ବ କରିବା ବୋଲି ସେ ପ୍ରଶ୍ନ କରିଥିଲେ । ନବ ବାବୁଙ୍କ ଭଙ୍ଗା ଘର ସଂପର୍କରେ ତାଙ୍କ ଝିଅ କ୍ରିଷ୍ଣା ମହାନ୍ତି ବଡ଼ ଖବରରେ ପ୍ରତିକ୍ରିୟା ରଖିଛନ୍ତି । ପୂର୍ବରୁ ପ୍ରଶାସନ ଘର ଦେଖିଯାଇଥିଲା, କାମ ପାଇଁ ପ୍ରକ୍ରିୟା ବି ଆରମ୍ଭ ହୋଇଥିଲା, ହେଲେ କାମ ଆଗକୁ ବଢ଼ିପାରିନାହିଁ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ