Masthead

ଗିରଫ ହେଲେ ନବରଙ୍ଗପୁର ଉପଜିଲ୍ଲାପାଳ, ୫ କୋଟିରୁ ଅଧିକ ସମ୍ପତ୍ତି ଠାବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗିରଫ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତ କାଲି ପ୍ରଶାନ୍ତଙ୍କ ଘରୁ ମିଳିଥିଲା ୩ କୋଟିରୁ ଅଧିକ ଟଙ୍କା । ଜବତ ଟଙ୍କାର କୌଣସି ହିସାବ ଦେଇ ପାରୁନାହାନ୍ତି ଉପଜିଲ୍ଲାପାଳ ପ୍ରଶାନ୍ତ । ଜେରା କରିବା ପରେ ଗିରଫ ହେଲେ ଉପଜିଲ୍ଲାପାଳ । ଉପଜିଲ୍ଲାପାଳଙ୍କର ୫କୋଟି ରୁ ଅଧିକ ସମ୍ପତ୍ତି ଠାବ ହୋଇଛି । ବହୁ ଲୋକଙ୍କ ନାମରେ ବେନାମୀ ଆକାଉଣ୍ଟ ଖୋଲି ଟଙ୍କା ଟ୍ରାଞ୍ଜାକ୍ସନ କରିଛନ୍ତି ପ୍ରଶାନ୍ତ । ଯେଉଁ ମାନଙ୍କ ନାମରେ ଆକାଉଣ୍ଟ ଖୋଲାହୋଇ ଥିଲା ସେମାନଙ୍କୁ ପଚରାଉଚରା ହେଉଛି ।

୫/୬ ଟି ବେନାମୀ ଆକାଉଣ୍ଟ ଠାବ କରିଛି ଭିଜିଲାନ୍ସ । ୫୦୦ ରୁ ଅଧିକ ପ୍ରତିଶତ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି । ଏହା ପୂର୍ବରୁ ୨୦୧୦ ରେ ଲାଞ୍ଚ ନେଇ ଧରା ପଡ଼ିଥିଲେ ଉପଜିଲ୍ଲାପାଳ ପ୍ରଶାନ୍ତ । ୨୦୧୮ ରେ ମଧ୍ୟ ଲାଞ୍ଚ ନେଇ ଧରା ପଡିଥିଲେ ପ୍ରଶାନ୍ତ, ଧରା ପଡିବା ପରେ ନିଲମ୍ବିତ ମଧ୍ୟ ହୋଇଥିଲେ । ସୁନ୍ଦରଗଡ଼ ର ବିଶ୍ରା ବ୍ଲକ ରେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡିବା ପରେ ୨୦୧୮ ରୁ ୨୦୨୦ ପର୍ୟନ୍ତ ନିଲମ୍ବିତ ହୋଇଥିଲେ । ରାତି ଦୁଇଟା ପର୍ୟ୍ୟନ୍ତ ହୋଇଥିଲା ରେଡ । ୧୯୯୬ ରେ କେନ୍ଦ୍ରାପଡ଼ା ରେ ତହସିଲଦାର ଭାବେ କାମ କରୁଥିଲେ । ପରେ ପରେ ଯାଜପୁର, ବାଲେଶ୍ୱର, ବରଗଡ଼ ରେ ତହସିଲଦାର ଭାବେ କାମ କରୁଥିଲେ । ଯାଜପୁର, କଟକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ରେ ବିଡ଼ିଓ ଭାବେ ମଧ୍ୟ କାମ କରିଛନ୍ତି ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ