Masthead

ଗିରଫ ହେଲେ ନବରଙ୍ଗପୁର ଉପଜିଲ୍ଲାପାଳ, ୫ କୋଟିରୁ ଅଧିକ ସମ୍ପତ୍ତି ଠାବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗିରଫ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତ କାଲି ପ୍ରଶାନ୍ତଙ୍କ ଘରୁ ମିଳିଥିଲା ୩ କୋଟିରୁ ଅଧିକ ଟଙ୍କା । ଜବତ ଟଙ୍କାର କୌଣସି ହିସାବ ଦେଇ ପାରୁନାହାନ୍ତି ଉପଜିଲ୍ଲାପାଳ ପ୍ରଶାନ୍ତ । ଜେରା କରିବା ପରେ ଗିରଫ ହେଲେ ଉପଜିଲ୍ଲାପାଳ । ଉପଜିଲ୍ଲାପାଳଙ୍କର ୫କୋଟି ରୁ ଅଧିକ ସମ୍ପତ୍ତି ଠାବ ହୋଇଛି । ବହୁ ଲୋକଙ୍କ ନାମରେ ବେନାମୀ ଆକାଉଣ୍ଟ ଖୋଲି ଟଙ୍କା ଟ୍ରାଞ୍ଜାକ୍ସନ କରିଛନ୍ତି ପ୍ରଶାନ୍ତ । ଯେଉଁ ମାନଙ୍କ ନାମରେ ଆକାଉଣ୍ଟ ଖୋଲାହୋଇ ଥିଲା ସେମାନଙ୍କୁ ପଚରାଉଚରା ହେଉଛି ।

୫/୬ ଟି ବେନାମୀ ଆକାଉଣ୍ଟ ଠାବ କରିଛି ଭିଜିଲାନ୍ସ । ୫୦୦ ରୁ ଅଧିକ ପ୍ରତିଶତ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି । ଏହା ପୂର୍ବରୁ ୨୦୧୦ ରେ ଲାଞ୍ଚ ନେଇ ଧରା ପଡ଼ିଥିଲେ ଉପଜିଲ୍ଲାପାଳ ପ୍ରଶାନ୍ତ । ୨୦୧୮ ରେ ମଧ୍ୟ ଲାଞ୍ଚ ନେଇ ଧରା ପଡିଥିଲେ ପ୍ରଶାନ୍ତ, ଧରା ପଡିବା ପରେ ନିଲମ୍ବିତ ମଧ୍ୟ ହୋଇଥିଲେ । ସୁନ୍ଦରଗଡ଼ ର ବିଶ୍ରା ବ୍ଲକ ରେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡିବା ପରେ ୨୦୧୮ ରୁ ୨୦୨୦ ପର୍ୟନ୍ତ ନିଲମ୍ବିତ ହୋଇଥିଲେ । ରାତି ଦୁଇଟା ପର୍ୟ୍ୟନ୍ତ ହୋଇଥିଲା ରେଡ । ୧୯୯୬ ରେ କେନ୍ଦ୍ରାପଡ଼ା ରେ ତହସିଲଦାର ଭାବେ କାମ କରୁଥିଲେ । ପରେ ପରେ ଯାଜପୁର, ବାଲେଶ୍ୱର, ବରଗଡ଼ ରେ ତହସିଲଦାର ଭାବେ କାମ କରୁଥିଲେ । ଯାଜପୁର, କଟକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ରେ ବିଡ଼ିଓ ଭାବେ ମଧ୍ୟ କାମ କରିଛନ୍ତି ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି