Masthead

ଫ୍ରେଞ୍ଚ ଓପନ ଟାଇଟଲ ଜିତିଲେ ନାଡାଲ

ପ୍ୟାରିସ୍, (ବଡ଼ ଖବର ବ୍ୟୁରୋ) : ଇତିହାସ ସୃଷ୍ଟି କଲେ ନାଡାଲ । ରୋଲାଣ୍ଡ ଗାରୋରେ ସ୍ପେନୀୟ ତାରକା ରାଫେଲ ନାଡାଲ ରବିବାର ୧୩ତମ ଥର ପାଇଁ ଫ୍ରେଞ୍ଚ ଓପନ୍ ସିଙ୍ଗଲ୍ସ ଟାଇଟଲ ଜିତି ରେକର୍ଡ କରିଛନ୍ତି । ଏହି ଟାଇଟଲ ବିଜୟ ସହିତ , ୩୪ ବର୍ଷୀୟ ନାଡାଲ ୨୦ ଥର ଗ୍ରାଣ୍ଡ ସ୍ଲାମ୍ ଟାଇଟଲ ଦଖଲ କରି ରୋଜର ଫେଡେରରଙ୍କ ସହ ସମକ୍ଷକ ହୋଇଛନ୍ତି । ରାଫେଲ ନାଡାଲ ବିଶ୍ୱ ନମ୍ବର-୧ ସର୍ବିଆ ତାରକା ନୋଭାକ୍ ଜୋକୋଭିଙ୍କୁ ସିଧା ସଳଖ ସେଟରେ ପରାସ୍ତ କରି ଏହି ରେର୍କଡ ସୃଷ୍ଟି କରିଛନ୍ତି ।

ଉଭୟ ଖେଳାଳି ଏପର୍ୟ୍ୟନ୍ତ ପରସ୍ପର ବିପକ୍ଷରେ ଆଠଟି ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିଛନ୍ତି, ଯେଉଁଥିରେ ସେମାନେ ପ୍ରତ୍ୟେକ ଚାରିଟି ଜିତିଛନ୍ତି। ଫ୍ରେଞ୍ଚ ଓପନର ଫାଇନାଲରେ ଉଭୟ ଖେଳାଳି ତୃତୀୟ ଥର ପାଇଁ ଖେଳିବେ। ଏହାପୂର୍ବରୁ ୨୦୧୪ ରେ ଉଭୟ ଖେଳାଳି ସଂଘର୍ଷ କରିଥିଲେ, ଯେଉଁଥିରେ ନାଡାଲ ଟାଇଟଲ ଜିତିଥିଲେ । ଏହା ବିଜୟ ସହିତ ରୋଲାଣ୍ଡ ଗୋରା ଉପରେ ତାଙ୍କର ୧୦୦ ତମ ବିଜୟ ହେଉଛି । ସେ ଏଠାରେ ସେମିଫାଇନାଲ ଏବଂ ଫାଇନାଲରେ କେବେ ହାରି ନାହାଁନ୍ତି । ଆଜିର ମ୍ୟାଚ ମଧ୍ୟ ସେ ଜିତି ତାଙ୍କର ବିଜୟ ରେର୍କଡ ବଜାୟ ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ