Masthead

ନାଗା ସାଧୁଙ୍କୁ ଜାମିନ

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ଜାମିନ୍ ପାଇଲେ ନାଗାସାଧୁ । ନାଗାସାଧୁ ବୈଷ୍ଣବପୁରୀଙ୍କୁ ମିଳିଲା ଜାମିନ୍ । ଜଣେ ଜାମିନଦାର ଓ ୫୦ ହଜାର ଟଙ୍କାରେ ଜାମିନ୍ ପାଇଛନ୍ତି ନାଗାସାଧୁ । ପୁରୀ ଶ୍ରୀମନ୍ଦିର ପରିସରରେ ଥିବା ରୋହିଣୀକୁଣ୍ଡକୁ ମନ୍ଦିର ପ୍ରଶାସନ ଭକ୍ତଙ୍କଠାରୁ ଦୂରେଇ ରଖିଥିଲା । ଏହାକୁ ଘୋଡା ଯାଇଥିଲା । ନାଗାସାଧୁ ଭକ୍ତଙ୍କ ପାଇଁ ମାର୍ଚ୍ଚ ୧୪ତାରିଖରେ ରୋହିଣୀକୁଣ୍ଡ ଖୋଲିଦେଇଥିଲେ । ଏହା ଥିଲା ତାଙ୍କର ବଡ଼ ଅପରାଧ । ମନ୍ଦିର ସୁରକ୍ଷାକର୍ମୀମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଗାଈଗୋରୁ ଭଳି ମାଡମାରିଥିଲେ ।

ପୋଲିସ ଭୁଲିଯାଇଥିଲା ମାନବିକତା । ପରେ ଗୁରୁତର ସାଧୁଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ସାମାନ୍ୟ ସୁସ୍ଥ ହୋଇଛନ୍ତି କି ନାହିଁ ଡକାୟତ ଭଳି ବ୍ୟବହାର କରିଥିଲା ପୋଲିସ । କୋର୍ଟରେ ହାଜର କରାଇ ପୁରୀ ଜେଲକୁ ପଠାଇଦେଇଥିଲା । ସରକାରଙ୍କ ବିରୋଧରେ ମୁହଁ ଖୋଲିବାରୁ ପୋଲିସ ତାଙ୍କୁ ପୁରୀରୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରିଥିଲା । ତଥାପି ସାଧୁ ସରକାରଙ୍କ ଅନ୍ୟାୟ ବିରୋଧରେ ଚୁପ୍ ରହିଲେ ନାହିଁ । ପୋଲିସର ପୋଲ ଖୋଲିଦେବାରୁ ସାଧୁଙ୍କୁ ପାଗଳ ସଜାଇବା ପାଇଁ ପ୍ରଶାସନ ଉଦ୍ୟମ ଚଳାଇଛି । ସାଧୁଙ୍କୁ କଟକ ଏସସିବିର ମେଣ୍ଟାଲ ୱାର୍ଡରେ ଭର୍ତ୍ତି କରାଯାଇଛି । ସେମବାର ପୁରୀ ଏସଡିଜେଏମ୍ ଅପୂର୍ବା ଚୌଧୁରୀ ନାଗାସାଧୁଙ୍କୁ ଜାମିନ୍ ମଞ୍ଜୁର କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା