Masthead

ତାତିଲେ ମହିଳା, ଘେରିଲେ ଥାନା

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ବ୍ଲକ ରଘୁନାଥପୁର ଗାଁର ଦୁଇଭଉଣୀ ମିଲି ରାଉତ ଓ ସସ୍ମିତା ଦାସଙ୍କ ପୈତୃକ ଜମି ଜବରଦଖଲକୁ ନେଇ ହୋଇଥିବା ବିବାଦ ଚରମସୀମାରେ ପହଞ୍ଚିଛି । ରଘୁନାଥପୁର ସରପଞ୍ଚ ପବିତ୍ର ପାତ୍ର ମିଲି ଓ ସସ୍ମିତାଙ୍କ ଜମି ଜବରଦଖଲ କରିବାକୁ ଉଦ୍ୟମ ଚଳାଇଛନ୍ତି । ମିଲି ଓ ସସ୍ମିତା ବିରୋଧ କରିବାରୁ ଅନେକ ସମୟରେ ସରପଞ୍ଚ ସେମାନଙ୍କ ସହ ଗଣ୍ଡଗୋଳ କରିବାରୁ ବାଧ୍ୟହୋଇ ସେମାନେ ନନ୍ଦନକାନନ ଥାନାର ଦ୍ୱାରସ୍ଥ ହୋଇଥିଲେ । ସେମାନେ ସରପଞ୍ଚ ପବିତ୍ରଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । ମାତ୍ର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା ।

ପୋଲିସର ମନମାନିକୁ ବିରୋଧ ଓ ସରପଞ୍ଚଙ୍କ ଗିରଫ ଦାବିରେ ରଘୁନାଥପୁର ଗାଁର ମହିଳାମାନେ ଆଜି ତାତିଥିଲେ । ମିଲି ଓ ସସ୍ମିତାଙ୍କ ନେତୃତ୍ୱରେ ଶହ ଶହ ମହିଳା ନନ୍ଦନକାନନ ଥାନା ଘେରାଉ କରିଥିଲେ । ମହିଳାମାନେ ଦୀର୍ଘ ସମୟ ଥାନା ଘେରାଉ କରିବା ପରେ ଡିସିପି ଉମାଶଙ୍କର ଦାଶ ଘଟଣାରେ ହସ୍ତକ୍ଷେପ କରିଥିଲେ। ଡିସିପିଙ୍କ ନିର୍ଦ୍ଦେଶରେ ନନ୍ଦନକାନନ ଥାନା ଆଇଆଇସି ବିଶ୍ୱରଞ୍ଜନ ସେନାପତି ମିଲି ଓ ସସ୍ମିତାଙ୍କ ଏତଲା ଗ୍ରହଣ କରି ଅଭିଯୁକ୍ତ ସରପଞ୍ଚ ପବିତ୍ର ପାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।

ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ଶାନ୍ତ ପଡ଼ିଥିଲେ । ମିଲି ଓ ସସ୍ମିତାଙ୍କ ଅଭିଯୋଗ ସମ୍ପର୍କରେ ‘ବଡ଼ ଖବର’ ପକ୍ଷରୁ ସରପଞ୍ଚ ପବିତ୍ରଙ୍କ ସହ ଯୋଗଯୋଗ କରାଯାଇଥିଲା । ସେ କହିଛନ୍ତି ଯେ, ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ମିଥ୍ୟା ଓ ମନଗଢ଼ା । ଘଟଣା ସମ୍ପର୍କରେ ସେ କିଛି ଜାଣିନାହାନ୍ତି ବୋଲି କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା