Masthead

ତାତିଲେ ମହିଳା, ଘେରିଲେ ଥାନା

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ବ୍ଲକ ରଘୁନାଥପୁର ଗାଁର ଦୁଇଭଉଣୀ ମିଲି ରାଉତ ଓ ସସ୍ମିତା ଦାସଙ୍କ ପୈତୃକ ଜମି ଜବରଦଖଲକୁ ନେଇ ହୋଇଥିବା ବିବାଦ ଚରମସୀମାରେ ପହଞ୍ଚିଛି । ରଘୁନାଥପୁର ସରପଞ୍ଚ ପବିତ୍ର ପାତ୍ର ମିଲି ଓ ସସ୍ମିତାଙ୍କ ଜମି ଜବରଦଖଲ କରିବାକୁ ଉଦ୍ୟମ ଚଳାଇଛନ୍ତି । ମିଲି ଓ ସସ୍ମିତା ବିରୋଧ କରିବାରୁ ଅନେକ ସମୟରେ ସରପଞ୍ଚ ସେମାନଙ୍କ ସହ ଗଣ୍ଡଗୋଳ କରିବାରୁ ବାଧ୍ୟହୋଇ ସେମାନେ ନନ୍ଦନକାନନ ଥାନାର ଦ୍ୱାରସ୍ଥ ହୋଇଥିଲେ । ସେମାନେ ସରପଞ୍ଚ ପବିତ୍ରଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । ମାତ୍ର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା ।

ପୋଲିସର ମନମାନିକୁ ବିରୋଧ ଓ ସରପଞ୍ଚଙ୍କ ଗିରଫ ଦାବିରେ ରଘୁନାଥପୁର ଗାଁର ମହିଳାମାନେ ଆଜି ତାତିଥିଲେ । ମିଲି ଓ ସସ୍ମିତାଙ୍କ ନେତୃତ୍ୱରେ ଶହ ଶହ ମହିଳା ନନ୍ଦନକାନନ ଥାନା ଘେରାଉ କରିଥିଲେ । ମହିଳାମାନେ ଦୀର୍ଘ ସମୟ ଥାନା ଘେରାଉ କରିବା ପରେ ଡିସିପି ଉମାଶଙ୍କର ଦାଶ ଘଟଣାରେ ହସ୍ତକ୍ଷେପ କରିଥିଲେ। ଡିସିପିଙ୍କ ନିର୍ଦ୍ଦେଶରେ ନନ୍ଦନକାନନ ଥାନା ଆଇଆଇସି ବିଶ୍ୱରଞ୍ଜନ ସେନାପତି ମିଲି ଓ ସସ୍ମିତାଙ୍କ ଏତଲା ଗ୍ରହଣ କରି ଅଭିଯୁକ୍ତ ସରପଞ୍ଚ ପବିତ୍ର ପାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।

ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ଶାନ୍ତ ପଡ଼ିଥିଲେ । ମିଲି ଓ ସସ୍ମିତାଙ୍କ ଅଭିଯୋଗ ସମ୍ପର୍କରେ ‘ବଡ଼ ଖବର’ ପକ୍ଷରୁ ସରପଞ୍ଚ ପବିତ୍ରଙ୍କ ସହ ଯୋଗଯୋଗ କରାଯାଇଥିଲା । ସେ କହିଛନ୍ତି ଯେ, ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ମିଥ୍ୟା ଓ ମନଗଢ଼ା । ଘଟଣା ସମ୍ପର୍କରେ ସେ କିଛି ଜାଣିନାହାନ୍ତି ବୋଲି କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ