Masthead

ସରପଞ୍ଚଙ୍କ ଦାଦାଗିରି

ପାରାଦୀପ (ବଡ଼ ଖବର ବ୍ୟୁରୋ): ବିଜେପି ସମର୍ଥିତ ସରପଞ୍ଚଙ୍କ ଆତଙ୍କରାଜ । ରାଜନୈତିକ ଆକ୍ରୋଶ ରଖି ଅସାମାଜିକ ଯୁବକଙ୍କୁ ଧରି ଭୂତମୁଣ୍ଡାଇ ବଜାରରେ ଖେଳାଇଲେ ଆତଙ୍କ। ନିଜେ ସରପଞ୍ଚ ଦୋକାନକୁ ପଥର ଫୋପାଡୁଥିବାର ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ବଜାର କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ସରପଞ୍ଚଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ନିର୍ବାଚନ ପୂର୍ବରୁ ଭୂତମୁଣ୍ଡାଇ ସରପଞ୍ଚ ରୋହିତ ଜେନା ବିଜେଡି ଦଳରେ ଥିଲେ ।

ମାତ୍ର ନିର୍ବାଚନ ସମୟରେ ସେ ବିଜେପିରେ ଯୋଗ ଦେବା ସହିତ ବିଜେପି ପାଇଁ କାମ କରୁଥିଲେ। ଉକ୍ତ ସମୟରେ ସେ ବଜାର କମିଟିକୁ ଧମକ ଦେଉଥିବା ବେଳେ ବିଜେପି ବିଧାୟକ ବିଜୟୀ ହେବା ପରେ ଏବେ ଆତଙ୍କ ଖେଳାଇଥିବା ଅଭିଯୋଗ କରିଛନ୍ତି ଭୂତମୁଣ୍ଡାଇ ବଜାର କମିଟି । ଗତ ରବିବାର ରାତିରେ ସରପଞ୍ଚ ରୋହିତ କୁମାର ଜେନା ଓ ତାଙ୍କର କିଛି ଯୁବ ସମର୍ଥକ ଭୂତମୁଣ୍ଡାଇ ବଜାର କମିଟିର ସଭାପତି ସୁରେଶ ଖଟେଇଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଦୀର୍ଘ ସମୟ ଧରି ରୋହିତ ଓ ତାଙ୍କ ସହିତ ଆସିଥିବା ଯୁବକମାନେ ତାଙ୍କ ଦୋକାନ ସମ୍ମୁଖରେ ଆତଙ୍କ ଖୋଳାଇଥିଲେ।

ଏପରିକି ରୋହିତ ନିଜେ ଏକ ପଥର ଧରି ଦୋକାନକୁ ଫୋପାଡିବା ସହିତ ସୁରେଶଙ୍କୁ ମାରିଦେବାକୁ ଉଦ୍ୟମ କରିଥିବା ଲକ ଥାନାରେ ଏତଲା ଦେଇଛନ୍ତି ସୁରେଶ। ଦୋକାନରେ ଲାଗିଥିବା ସିସିଟିଭିରେ ଏହା ରେକର୍ଡ ହୋଇଥିବା ଭିଡିଓ ମଧ୍ୟ ଥାନାରେ ଦେଇଛନ୍ତି। ଘଟଣାକୁ ଦୁଇଦିନ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ କୌଣସି ପଦକ୍ଷେପ ନେଇନଥିବାରୁ ଉଦବେଗ ପ୍ରକାଶ କରିଛି ବଜାର କମିଟି। ତେବେ ଘଟଣାର ତଦନ୍ତ ଚାଲିଥିବାରୁ ଏବେ କିଛି କହି ହେବ ନାହିଁ ବୋଲି ଲକ ଥାନା ଆଇଆଇସି କୁଳମଣୀ ସେଠି ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ସେନାପଟା ବାହୁଟ 🔴 ପୁଣି ମୁହାଁମୁହିଁ ଆମେରିକା-ଇରାନ 🔴 ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ପାଠ୍ୟପୁସ୍ତକ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ 🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି 🔴 ଶଙ୍ଖ ଧରିଲେ ସୁଜାତା କାର୍ତ୍ତିକେୟନ 🔴 ସୁଜାତା ମିଶିବା ପରେ ବିଜେଡି ଦୁଇଫାଳ! 🔴 ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ 🔴 ଭେନେଜୁଏଲାରେ ବ୍ୟାକ୍ ଟୁ ବ୍ୟାକ୍ ଭୂମିକମ୍ପ, ସୁନାମୀ ଆଲର୍ଟ 🔴 ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ସେନାପଟା ବାହୁଟ 🔴 ପୁଣି ମୁହାଁମୁହିଁ ଆମେରିକା-ଇରାନ 🔴 ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ପାଠ୍ୟପୁସ୍ତକ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ 🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି 🔴 ଶଙ୍ଖ ଧରିଲେ ସୁଜାତା କାର୍ତ୍ତିକେୟନ 🔴 ସୁଜାତା ମିଶିବା ପରେ ବିଜେଡି ଦୁଇଫାଳ! 🔴 ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ 🔴 ଭେନେଜୁଏଲାରେ ବ୍ୟାକ୍ ଟୁ ବ୍ୟାକ୍ ଭୂମିକମ୍ପ, ସୁନାମୀ ଆଲର୍ଟ