Masthead

ଭକ୍ତଶୂନ୍ୟ ନାରାୟଣୀ ପୀଠ

ଖଲ୍ଲିକୋଟ, (ବଡ଼ ଖବର ବ୍ୟୁରୋ): ଖାଁ ଖାଁ ମା’ନାରାୟଣୀ ପୀଠ । କରୋନା କଟକଣା ଭିତରେ ଚଳିତ ବର୍ଷ ମା’ଙ୍କ ପୂଜା କରାଯାଉଛି । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦୈବୀ ପୀଠ ମା’ନାରାୟଣୀଙ୍କ ପୀଠରେ ମଧ୍ୟ କଟକଣା ଭିତରେ ପାଳିତ ହୋଇଛି ନବରାତ୍ରୀ ପୂଜା । କେବଳ ଗଞ୍ଜାମ ଜିଲ୍ଲା ନୁହେଁ ସରା ଓଡ଼ିଶାରେ ମା’ନାରାୟଣୀଙ୍କ ପୀଠର ବିଶେଷ ମହତ୍ୱ ରହିଛି । ଗଞ୍ଜାମ-ଖୋର୍ଦ୍ଧା ସୀମାନ୍ତ ଭାଲେରୀ ପାହାଡ଼ର ପାଦଦେଶରେ ରହିଛି ଏହି ଶକ୍ତିପୀଠ । ଏଠାରେ ଉଭୟ ଶିବ ଓ ଶକ୍ତି ପୂଜା ପାଆନ୍ତି । ପ୍ରାକୃତିକ ପରିବେଶହ ସାଙ୍ଗକୁ ସବୁଜ ବନାନୀ ଘେରା ଏହି ପୀଠକୁ ପ୍ରତିବର୍ଷ ପାର୍ବଣରେ ଭକ୍ତଙ୍କର ପ୍ରବଳ ସମାଗମ ହୁଏ । ଏଥର କିନ୍ତୁ ନିଆର । କରୋନା କଟକଣା ପାଇଁ ବିନା ଭକ୍ତରେ ମା’ଙ୍କର ପୂଜା ଚାଲିଛି । ତେବେ କେବଳ ସେବାୟତଙ୍କୁ ନେଇ ପରମ୍ପରା ଅନୁଯାୟୀ ପୂଜା ଚାଲିଛି । ସମସ୍ତ ରୀତିନୀତି ଅନୁଯାୟୀ ମଙ୍ଗଳ ଆଳତୀ, ଅବକାଶ , ସିଙ୍ଗାର, ମହାଆଳତି, ଅଖଣ୍ଡଦୀପ ସାଙ୍ଗକୁ ସପ୍ତସତୀ ଚଣ୍ଡିପାଠ ଓ ପୂଜାର୍ଚ୍ଚନା ଚାଲିଛି । ଆଜି ନବମୀ ତିଥିରେ ମାଙ୍କୁ ମହାଗୈରୀ ବେଶରେ ସଜ୍ଜିତ କରାଯାଇଛି ।

ଖଲ୍ଲିକୋଟ ରାଜବଂଶ ଦ୍ୱାରା ପ୍ରତିଷ୍ଠିତ ଏହି ପୀଠରେ ବର୍ଷତମାମ ଭକ୍ତଙ୍କ ଗହଳି ଲାଗିରହିଥାଏ । ଗତ ଛଅମାସ ହେବ କରୋନା କରଣରୁ ଭକ୍ତି ଶୁନ୍ୟ ହୋଇ ପଡ଼ିଛି ଏହି ପୀଠ । ଫଳରେ ମନ୍ଦିର ପରିଚାଳନା ପାଇଁ ଅର୍ଥ ସହ ସେବାୟତ ଓ ଏଠାରେ ବ୍ୟବସାୟ କରି ଚଳୁଥିବା ବ୍ୟବସାୟୀଙ୍କ ଚିନ୍ତା ବଢିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ