Masthead

ଟିକେଟ ଦାବିରେ ନାରାୟଣଙ୍କ ସ୍ୱାଭିମାନ ସମାବେଶ

ସୋନପୁର (ବଡ଼ ଖବର ବ୍ୟୁରୋ): ବାଜି ସାରିଛି ନିର୍ବାଚନ ବିଗୁଲ । ପ୍ରଥମ ପର୍ଯ୍ୟାୟରେ ବିଜେଡି ରାଜ୍ୟର ୭୨ ଟି ଆସନ ପାଇଁ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ତେବେ ରାଜ୍ୟର ବାକି ରହିଥିବା ଅନ୍ୟ ୭୫ ଗୋଟି ଆସନ ପାଇଁ ଆଶାୟୀଙ୍କ ଲମ୍ବାଧାଡି । ଦଳୀୟ ଟିକେଟ ହାତେଇବାକୁ ନେଇ ବିଭିନ୍ନ ସ୍ଥାନରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ନେତା । ଏମିତିକି ଅନେକ ସ୍ଥାନରେ ବିଜେଡି-ବିଜେଡି ଗୋଷ୍ଠୀ କନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି ।

ଏସବୁ ଭିତରେ ଏବେ ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ । ଲଗାତାର ଭାବେ ଏଠାରୁ ନିର୍ବାଚିତ ହୋଇ ବିଧାୟକ ହେଉଥିବା ବିଜେଡି ଦଳର ଟାଣୁଆ ନେତା ପଦ୍ମନାଭ ବେହେରାଙ୍କ ପାଇଁ ଏବେ କଂଟା ସାଜିଛନ୍ତି ଯୁବ ବିଜେଡି ନେତା ନାରାୟଣ ଲୁହା । ‘ମାଆ ମାଟି ଛୁଆ, ନାରାୟଣ ଲୁହା’ ନାରାଦେଇ ନାରାୟଣ ବାରମ୍ବାର ଶକ୍ତି ପ୍ରଦର୍ଶନ କରିବା ସହ ଟିକେଟ ଦାବି କରିଆସୁଛନ୍ତି । ସେପଟେ ବିଧାୟକ ପଦ୍ମନାଭ ବେହେରା ମଧ୍ୟ ପୁଣିଥରେ ଏହି ଆସନ ପାଇଁ ଟିକେଟ ଆଣିବାକୁ ଦଳ ସୁପ୍ରିମୋ ପାଖରେ ଚାପ ସୃଷ୍ଟି କରୁଥିବା ଜଣାପଡିଛି ।

ଯଦି ପଦ୍ମନାଭଙ୍କୁ ଦଳ ଏହି ଆସନ ପାଇଁ ଟିକେଟ ନଦିଏ ତେବେ ସେ ଫୁଲବାଣୀରେ ତାର ପ୍ରଭାବ ଦେଖାଇବେ ବୋଲି ଧମକ ଦେଇଥିବା ନାରାୟଣ ଅଭିଯୋଗ କରିଛନ୍ତି । ଯଦି ଦଳ ଏଠାରେ ନାରାୟଣଙ୍କ ବଦଳରେ ପୁଣିଥରେ ପଦ୍ମନାଭଙ୍କୁ ପ୍ରାର୍ଥୀ କରେ ତାହେଲେ ଏ ଅଂଚଳର ସ୍ୱାଭିମାନ ଭୋଟର ତାର କଡା ଜବାବ ଦେବେବୋଲି ନାରାୟଣ କହିଛନ୍ତି । ଏନେଇ ନାରାୟଣ ବୀରମହାରାଜପୁରରେ ନିଜ ସମର୍ଥକଙ୍କୁ ନେଇ ବିରାଟ ସ୍ୱାଭିମାନ ସମାବେଶ କରିଛନ୍ତି । ଏ ଅଂଚଳର ବିକାଶ ପାଇଁ କେବଳ ଏହି ଅଂଚଳର ଛୁଆ ନାରାୟଣ ଲୁହାଙ୍କୁ ହିଁ ଟିକେଟ ଦିଆଯାଉବୋଲି ଏବେ ଦାବି ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ