Masthead

RJDରୁ ବହିଷ୍କୃତ ହେଲେ ତେଜ ପ୍ରତାପ ଯାଦବ

ପାଟନା(ବଡ଼ ଖବର ବ୍ୟୁରୋ): ଜଔଊ ରୁ ବହିଷ୍କୃତ ହେଲେ ତେଜ ପ୍ରତାପ ଯାଦବ । ଦଳ ମଧ୍ୟରେ ଅନ୍ତଃକନ୍ଦଳ ଏବେ ପାର୍ଟି ପାଇଁ କାଳ ହେବାକୁ ବସିଲାଣି । ଏହାରି ମଧ୍ୟରେ ବିସ୍ଫୋରକ ବୟାନ ଦେଇଛନ୍ତି ଦଳର ପରିଷ୍ଠ ନେତା ଶିବାନନ୍ଦ ତିଓ୍ବାରୀ । ଲାଲୁ ନନ୍ଦନ ତେଜ୍‌ ପ୍ରତାପ କାଳେ ରାଷ୍ଟ୍ରୀୟ ଜନତା ଦଳ ନାହାନ୍ତି । ଶିବାନନ୍ଦ ତିଓ୍ବାରୀ ଦମ୍ଭୋକ୍ତିର ସହ କହିଛନ୍ତି, ତେଜ ପ୍ରତାପ ଯାଦବ ରାଷ୍ଟ୍ରୀୟ ଜନତା ଦଳ ରେ ନହାନ୍ତି । ସେ ଦଳରୁ ବହିସ୍କୃତ ହୋଇସାରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ତେଜ ପ୍ରତାପ ଯାଦବଙ୍କୁ ଦଳର ନିର୍ବାଚନୀ ଚିହ୍ନ ଲଣ୍ଠନ ଚିହ୍ନ ମଧ୍ୟ ବ୍ୟବହାର କରିବା ପାଇଁ ଅନୁମତି ନାହିଁ । ଦଳ ମଧ୍ୟରେ ତେଜସ୍ବୀ ଯାଦବ ଏବଂ ତେଜ ପ୍ରତାପ ଯାଦବଙ୍କ ମଧ୍ୟରେ ଚାଲିଥିବା ଘମାସନକୁ ନେଇ ଏବେ ବିହାର‌ରେ ଚର୍ଚ୍ଚା ଜୋର ଧରିଛି ।

ଦୁଇ ଭାଇଙ୍କ ମଧ୍ୟରେ ବିବାଦକୁ ନେଇ ଶିବାନନ୍ଦ ତିଓ୍ବାରୀ କହିଛନ୍ତି, ତେଜ୍ ପ୍ରତାପ ଯାଦବଙ୍କୁ ଦଳରୁ ବାହାର ରାସ୍ତା ଦେଖାଇ ଦିଆଯାଇଛି । ସେ ଏହା ମଧ୍ୟ କହିଛନ୍ତି ଯେ, ଦଳର ନିର୍ବାଚନୀ ଚିହ୍ନ ମଧ୍ୟ ବ୍ୟବହାର କରିପାରିବେନି ତେଜ୍‌ ପ୍ରତାପ । ଅର୍ଥାତ ଲାଲୁ ଯାଦବଙ୍କ ପରେ ଏବେ ଦଳର ସମସ୍ତ କାର୍ୟ୍ୟଭାର ତେଜସ୍ବୀ ଯାଦବଙ୍କ ଉପରେ ନ୍ୟସ୍ତ ହୋଇଛି । ରାଷ୍ଟ୍ରୀୟ ଜନତା ଦଳର ଉପାଧ୍ୟକ୍ଷ ଥିବା ଶିବାନନ୍ଦ ତିଓ୍ବାରୀଙ୍କ ଏଭଳି ବୟାନକୁ ନେଇ ବିହାର‌ରେ ରାଜନୈତିକ ଉଷ୍ମତା ବୃଦ୍ଧିପାଇବାରେ ଲାଗିଛି । କାରଣ ତେଜ୍‌ ପ୍ରତାପ ନୂଆ ସଂଗଠନ ତିଆରି କରିଥିବା ଚର୍ଚ୍ଚା ହେଉଛି । ସେ ପାର୍ଟିରେ ନାହାଁନ୍ତି ତେଣୁ ତାଙ୍କୁ ବହିଷ୍କୃତ କରିବା ଆବଶ୍ୟକ ନାହିଁ । ସେ ନିଜେ ନିଜେ ହିଁ ଦଳକୁ ବାହାରି ଯାଇଛନ୍ତି ବୋଲି ଶିବାନନ୍ଦ ତିୱାରୀ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର