ବିଜେଡି ନେତା ମାଫିଆଗିରିରେ ପୂରା ୨୪ ଘଣ୍ଟା ଲାଗିଛନ୍ତି: ମୋଦି

କଟକ (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ଚାଲିଥିବା ଏ ଲୁଟତରାଜ ବନ୍ଦ ହେବା ଦରକାର । ଆପଣମାନଙ୍କ ଭୋଟ ହିଁ ଏ ଲୁଟତରାଜ ବନ୍ଦ କରିବ ବୋଲି କଟକ ନର୍ବାଚନୀ ସଭାରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ । ବିଜେଡି ଉପରେ ବର୍ଷିବା ସହ ସେ କହିଛନ୍ତି ଆପଣଙ୍କ ଭୋଟ ହିଁ ଓଡ଼ିଶାର ଭାଗ୍ୟ ବଦଳାଇ ପାରିବ । ବିଜେଡି ଭ୍ରଷ୍ଟାଚାର ପାଇଁ ଯୁବକମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଛି । ଜଣେ ମାଫିଆ ଅଛନ୍ତି, ଯିଏ ପ୍ରତି ସେକ୍ଟର ଉପରେ କବ୍‌ଜା କରି ବସିଛି । ଜୁନ୍‌ ୧୦ରେ ବିଜେପି ସରକାର ଆସିଲେ ଏ ମାଫିଆର ଅଣ୍ଟା ଭଙ୍ଗାଯିବ ।

ଆମକୁ ଓଡ଼ିଶାରେ ନିବେଶ ଦରକାର, ନୂଆ ଉଦ୍ୟୋଗ ଦରକାର । ବିଜେପିର ତାକତ ଅଛି, ଏସବୁ ବିଜେପି ହିଁ କରିପାରିବ । ଓଡ଼ିଶାର ହେବାକୁ ଥିବା ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ସବୁ ସହଯୋଗ କରାଯିବ । ବିଜେଡି ନେତା ମାଫିଆଗିରିରେ ପୂରା ୨୪ ଘଣ୍ଟା ଲାଗିଛନ୍ତି । ଓଡ଼ିଶାର କୌଣସି ବ୍ଲକ ନାହିଁ ଯାହର ଲୋକ ଗୁଜରାଟରେ ନାହାନ୍ତି । ଓଡ଼ିଶାକୁ ବରବାଦ କରିଥିବା ଲୋକଙ୍କ ପାଇଁ ଏ ନିର୍ବାଚନ ସଜା ସଦୃଶ । ବିଜେଡି କଳା ଚିଠା ଏବେ ଲୋକଙ୍କ ସାମ୍ନାକୁ ଆସିବାରେ ଲାଗିଛି । କଂଗ୍ରେସ ଅମଳରେ ଖଣିଜ ନୀତିରୁ ୫ ହଜାର କୋଟି ମିଳିଥିଲା ।

ମୋଦି ସରକାରରେ ଖଣିଜ ନୀତିରୁ ଓଡ଼ିଶାକୁ ୫୦ ହଜାର କୋଟି ମିଳୁଛି । ଡିଏମ୍‌ଏଫ୍‌ରେ ଓଡ଼ିଶାକୁ ୨୬ ହଜାର କୋଟି ଟଙ୍କା ମିଳିଛି । ବିଜେଡିର ଭ୍ରଷ୍ଟ ସରକାର ଏ ଅନୁଦାନକୁ ଗୋଳମାଳ କରିଛି । ଓଡ଼ିଶାରେ ସ୍କୁଲ, ପାନୀୟ ଜଳ, ସ୍ବାସ୍ଥ୍ୟସେବାର ଅଭାବ ରହିଛି । ଏ କେନ୍ଦ୍ରୀୟ ଟଙ୍କା କାହା ପକେଟକୁ ଗଲା ପଚାରିଲେ ମୋଦି । ବିଜେଡି ନେତାଙ୍କୁ କମିଶନ ନମିଳିବା ପର୍ୟ୍ୟନ୍ତ ପ୍ରକଳ୍ପ ଅଟକାଇ ରଖୁଛନ୍ତି । ବିଜେଡି ନେତା ଆପଣମାନଙ୍କୁ ସବୁ ପ୍ରକାର ଲୁଟି ଚାଲିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ