Masthead

ଆଜିଠୁ ନାଟମଣ୍ଡପ ମରାମତି

ପୁରୀ (ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହେବ ନାଟମଣ୍ଡପ ମରାମତି କାମ । ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟ । ଦିନ ଗୋଟାଏରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏଏସଆଇ କରିବ କାମ । ଭାରତୀୟ ପ୍ରତ୍ନତତ୍ତ୍ୱ୍ୱ ସର୍ବେକ୍ଷଣ ସଂସ୍ଥା, ଏଏସଆଇ ପକ୍ଷରୁ ଏହି ମରାମତି କାମ କରାଯିବ । ପୂର୍ବରୁ ନାଟମଣ୍ଡପର ଉପରି ଭାଗର ପଥର ଯୋଡ଼େଇ ଓ ସଫା କାମ କରାଯାଇଥିଲା । ଏବେ ୪ଟି ଷ୍ଟେନ ଲେସ୍ ଷ୍ଟିଲ ବିମ୍ ଲଗାଯିବ ।

ଏଥିପାଇଁ ଡିଜାଇନ ଚୂଡ଼ାନ୍ତ ହେବା ସହ ଅନୁମତି ମଧ୍ୟ ମିଳିସାରିଛି । ନାଟମଣ୍ଡପ ମୁଖ୍ୟ ବିମରେ ଫାଟ ଥିବାରୁ ଗରୁଡ଼ ସ୍ତମ୍ଭ ସମ୍ମୁଖ ଭାଗ ବିମକୁ ଧରି ରଖିବା ଲାଗି ଷ୍ଟେନଲେସ ଷ୍ଟିଲର ସର୍ପୋଟ ଦିଆଯିବ । ନାଟମଣ୍ଡପ ମରାମତି କାମ ଏପ୍ରିଲ ଶେଷ ସୁଦ୍ଧା ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସେପଟେ ମରାମତି କାମ ପାଇଁ ଯେଭଳି ଦର୍ଶନ ବ୍ୟବସ୍ଥା ବାଧାପ୍ରାପ୍ତ ହେବ ନାହିଁ, ସେଥିପାଇଁ ବ୍ୟବସ୍ଥା ହୋଇଛି ।

ସାତପାହାଚ ଠାରୁ ଭକ୍ତମାନେ ଡାହାଣ ପଟେ ଯାଇ ପୁର୍ନବାର ବାମପଟେ ଯାଇ ଜାଲି ଦ୍ୱାର ଓ ଜୟବିଜୟ ଦ୍ୱାର ଦେଇ ପ୍ରବେଶ କରି ଭିତରକାଠ ଦର୍ଶନ କରି ବେହରଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସେହିପରି ବାହାରକାଠ ଦର୍ଶନ ପାଇଁ ମଧ୍ୟ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଗକୁ ବଢ଼ିପାରେ ତାତି 🔴 ଭୁଲ୍‌ ଇଞ୍ଜେକ୍ସନ୍ ନେଲା ନାବାଳକର ଜୀବନ ! 🔴 ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା, ଆଜି ବସିବ ବଡ଼ ବୈଠକ 🔴 ଦିବ୍ୟାଙ୍ଗଙ୍କ ସନ୍ଦହେଜନକ ମୃତ୍ୟୁ 🔴 ସମ୍ବଲପୁର ଜେଲରେ ପୁଲିସର ଚଢ଼ାଉ 🔴 କଲବଲ କରିବ କାଳବୈଶାଖୀ 🔴 ଏମିତି ବି ଆସେ ମୃତ୍ୟୁ 🔴 ଗ୍ରୀଷ୍ମ ଆରମ୍ଭରୁ ପାଣି ସଙ୍କଟ 🔴 ଟ୍ରମ୍ପ ଦେଖାଇଲେ ନାଲିଆଖି, ଏଥର ଟାର୍ଗେଟ ପାୱାର୍ ପ୍ଲାଣ୍ଟ 🔴 ୨ଦିନ କାଳବୈଶାଖି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ଆଗକୁ ବଢ଼ିପାରେ ତାତି 🔴 ଭୁଲ୍‌ ଇଞ୍ଜେକ୍ସନ୍ ନେଲା ନାବାଳକର ଜୀବନ ! 🔴 ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା, ଆଜି ବସିବ ବଡ଼ ବୈଠକ 🔴 ଦିବ୍ୟାଙ୍ଗଙ୍କ ସନ୍ଦହେଜନକ ମୃତ୍ୟୁ 🔴 ସମ୍ବଲପୁର ଜେଲରେ ପୁଲିସର ଚଢ଼ାଉ 🔴 କଲବଲ କରିବ କାଳବୈଶାଖୀ 🔴 ଏମିତି ବି ଆସେ ମୃତ୍ୟୁ 🔴 ଗ୍ରୀଷ୍ମ ଆରମ୍ଭରୁ ପାଣି ସଙ୍କଟ 🔴 ଟ୍ରମ୍ପ ଦେଖାଇଲେ ନାଲିଆଖି, ଏଥର ଟାର୍ଗେଟ ପାୱାର୍ ପ୍ଲାଣ୍ଟ 🔴 ୨ଦିନ କାଳବୈଶାଖି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା