Masthead

‘କଣ୍ଟାବାଞ୍ଜି ଯାଇଛି, ଚାଲିଯିବ ହିଞ୍ଜିଳି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନକୁ ପରିଛି ତିନିରୁ ଚାରିମାସ । ବିଜେଡି ସୁପ୍ରିମୋ ତଥା ପୂର୍ବମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରୁ ଯାଇନି ଡର । ଏବେ ବି ଲାଗି ରହିଛି ଚିନ୍ତା । ଯାହା ଏବେ ଜଳଜଳ ହୋଇ ଦିଶୁଛି । ନବୀନ ଏବେ ବି ପରାଜୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି । କ୍ଷମତାର ହ୍ୟାଙ୍ଗଓଭର ଏବେ ବି ବାବୁଙ୍କ ଠାରୁ ଯାଇନି । ନିଜ ରାଜନୈତୀକ ଜୀବନରେ ପ୍ରଥମ ଥର ପାଇଁ ପରାଜୟ ହୋଇ ବିଚଳିତ ହୋଇପଡିଥିବା ସ୍ପଷ୍ଟ ବାରିହୋଇପଡୁଛି । କେନ୍ଦ୍ରମନ୍ତ୍ରୀ ଠାରୁ ନେଇ ମୁଖ୍ୟମନ୍ତ୍ରୀ ହେବାରେ ସେ ସୁଯୋଗ ପାଇଛନ୍ତି । ବାପାଙ୍କ ନାମରେ ଦଳ ଗଠନ କରି ଦଳର ମଙ୍ଗ ଧରି ବସିଛନ୍ତି । ପାଞ୍ଚ ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ବନି ଓଡ଼ିଶାବାସୀଙ୍କ ଦାୟୁତ୍ୱ ସମ୍ଭାଳିଛନ୍ତି । ନବୀନ ତାଙ୍କ ରାଜନୀତି ଯାତ୍ରାରେ ପ୍ରଥମ ଥର ପାଇଁ ତାଙ୍କୁ ଲାଗିଛି ଝଟକା ।

ପୂର୍ବ ନିର୍ବାଚନ ଭଳି ୨୪ ନିର୍ବାଚନରେ ବି ଦୁଇ ଦୁଇ ଆସନରୁ ଲଢିଥିଲେ । ପଶ୍ଚିମ ଓଡ଼ିଶା କାର୍ଡ ଖେଳିବାକୁ ଯାଇ ବଲାଙ୍ଗୀର ସସଂଦୀୟ କ୍ଷତ୍ରର କଣ୍ଟାବାଞ୍ଜି ବିଧାନସଭା ଆସନରୁ ଲଢି ବିପୁଳ ପରିମାଣ ଭୋଟରେ ହୋଇଥିଲେ ପରାଜିତ । ନିଜ ଆସନ ହିଞ୍ଜିଳିରୁ ମାତ୍ର କିଛି ଭୋଟର ବ୍ୟବଧାନରେ ବିଜୟ ହୋଇ ହେବାକୁ ପଡିଥିଲା ସନ୍ତୁଷ୍ଟ । କିନ୍ତୁ ଏବେ ବାଜି ପଲଟିଯାଇଛି । ଆଉ ନାହିଁ ସେକାଳ ପଖାଳ । ରାଜ୍ୟରେ ଚାଲିଛି ବିଜେପିର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶାସନ । ଶାସନ ପ୍ରତୀ ଲୋକଙ୍କର ବଢିବାରେ ଚାଲିଛି ଲୋକପ୍ରିୟତା । ଯାହାକୁ ନେଇ ପୁରା ଟେନ୍ସନ୍ରେ ନବୀନ ଏବଂ ତାଙ୍କ ଦଳ ବିଜେଡି ଥିବା ଏବେ ଚାରିଆଡେ ଚର୍ଚ୍ଚା । ନବୀନ ହିଞ୍ଜିଳିକୁ ନେଇ ପୂରା ଅଣ୍ଟା ଭିଡିଦେଇଥିବା ଭଳି ଅନୁମେୟ ହେଉଛି । ଦିନକୁ ଦିନ ବିଜେପିର ଶକ୍ତି ଗଞ୍ଜାମ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି । ବିଜେଡି ଦୃବଳ ହେବାକୁ ବସିଛି ।

ହାତରୁ ଗୋଟେ ପରେ ଗୋଟେ ପଞ୍ଚାୟତ ପ୍ରତିନିଧିଙ୍କୁ ଦଳ ହରାଇବାକୁ ଲାଗିଲାଣି । ବେଳବୁଡିବା ପୂର୍ବରୁ ନବୀନ ଚେଇଁ ଉଠିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିର ନେତୃତ୍ୱଙ୍କୁ ଏକତ୍ରିତ କରି ରଖିବା ପାଇଁ ବନାଇଛନ୍ତି ପ୍ଲାନ୍ । ସୋମବାର ଦିନ ହିଞ୍ଜିଳି ପାଇଁ ନିଜର ନୋମିନୀ ବାଛିଥିବା ବେଳେ ସେହି ଦିନ ରାତିରେ ନବୀନ ନିବାସରେ ନିଜ ବିଧାନସଭା କ୍ଷତ୍ରର ନେତୃତ୍ୱଙ୍କୁ ଭେଟି ସଂଗଠନକୁ ମଜଭୁତ କରିବା ପାଇଁ ଦେଇଥିଲେ ପରାମର୍ଶ ଦେଇଥିବା ବିଶେଷ ସୂତ୍ରରୁ ମିଳିଅଛି । ଖାଲି ସେତିକି ନିହେଁ କେମିତି ସେଠାରେ କୈଣସି ବି୍ରଶୃଙ୍ଖଳା ଦଳରେ ନହେବ ତାକୁ ଧ୍ୟନଦେବାକୁ କହିଥିଲେ । ଯେହେତୁ ନିଜ ଆସନର ପଡୋଶୀ ନିର୍ବାଚନ ମଣ୍ଡଳୀରୁ ବିଜେପି ନିକଟରେ ପଞ୍ଚାୟତ ବଡିକୁ ଦଖଲକୁ ନେଇସାରିଛି । ଯାହା ପାଇଁ ଘାରିଛି ଭୟ । ରାଜ୍ୟରୁ ଦଳ ସତ୍ତାରୁ ଚାଲିଯାଇଛି ।

ନିଜର ଅଣ ଓଡ଼ିଆ ପ୍ରତିଥିବା ପ୍ରିତି ପାଇଁ ନିଜକୁ ପସ୍ତାଇବାକୁ ପଡିଛି ବୋଲି ନିଜ ଦଳର ନେତା ଓ ତୃଣମୂଳ ସ୍ତରରେ ବି ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି । ଆଉ ଆଜି ଯେତେ ବେଳେ ସେହି ପୂର୍ବ ଅଣ ଓଡ଼ିଆ ପ୍ରଶାସନିକ ତଥା ସନ୍ୟାସୀ ବିଜେଡି ନେତା ଭୈରବ ପାଣ୍ଡିଆନଙ୍କୁ ନେଇ ଦଳ ଭିତରେ ପରାଜୟକୁ ନେଇ ନେତାଙ୍କ ଭିତରେ ଅସୋନ୍ତୁଷ୍ଟ ଯାତ ହୋଇଛି ତାର ପ୍ରଭାବରେ ହିଞ୍ଜିଳିରେ ନାହିଁ ତାହା ନୁହେଁ ବୋଲି ଭଲ ଭାବରେ ଜାଣିସାରିଲେଣି ନବୀନ । ଯାହାକୁ ନେଇ ଏବେ ଚିନ୍ତାରେ ପଡିଯାଇଛନ୍ତି । ମୋହନ ସରକାର ଓ ଶାସକ ଦଳ ଏବେ ତାଙ୍କ ଉପରେ ପଡିଲେଣି ଭାରି । ହୁଏତ କୈଣସି ମୁହୁର୍ତ୍ତରେ ହାତରୁ ଖସିଯାଇପାରନ୍ତି ହିଞ୍ଜିଳି ନେତା । ଯାହା ପୁରା ବିଗିଡିଯାଇ ପାରେ ନବୀନଙ୍କ ଅଙ୍କ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ