Masthead

କୋଟିଆ ଯିବେ ନବୀନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର କୋଟିଆକୁ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜେ ଯାଇ ସେଠାର ସ୍ଥିତି ପରଖିବେ । ବିବାଦୀୟ ଅଞ୍ଚଳ କୋଟିଆ ପାଇଁ ପ୍ୟାକେଜ ଘୋଷଣା ବେଳେ ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନିଜେ ଗ୍ରାଉଣ୍ଡ ଜିରୋକୁ ଯାନ୍ତୁ, ସେଠାର ଲୋକଙ୍କ ହୃଦୟ ଜିଣନ୍ତୁ ବୋଲି ଗୁରୁବାର ଦାବି କରିଥିଲା ‘ବଡ ଖବର’ । ଯାହାକୁ ଆଜି ସେ ମାନି ନେଇଛନ୍ତି ।

କୋଟିଆ ପ୍ରସଙ୍ଗରେ ‘ବଡ ଖବର’ର ଦାବିକୁ ମାନିଲେ ମୁଖ୍ୟମନ୍ତ୍ରୀ । ଭର୍ଚୁଆଲ ପରେ ଏବେ ନିଜେ ଘଟଣାସ୍ଥଳକୁ ଯିବେ । ଗୁରୁବାର ପର୍ଯ୍ୟନ୍ତ କଥା ଥିଲା କେବଳ ଅନଲାଇନରେ ପ୍ୟାକେଜ ଦେଇ କାମ ସାରିଦିଆଯିବ । ହେଲେ ‘ବଡ ଖବର’ ସରକାରଙ୍କ ଆଗରେ ପ୍ରସ୍ତାବ ରଖିଥିଲା । କୋରାପୁଟ କୋଟିଆରେ ଆନ୍ଧ୍ରର ଷଡଯନ୍ତ୍ରର ମୁହଁତୋଡ ଜବାବର ଆବଶ୍ୟକତା ରହିଛି । କୋଟିଆ ଲୋକଙ୍କ ବିଶ୍ୱାସ ଜିତିବିକୁ ହେବ । ସେଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ କୋଟିଆ ଯାନ୍ତୁ ବୋଲି ଗୁରୁବାର ରାତି ୯ଟା ସୋ’ରେ ଦାବି କରିଥିଲେ ‘ବଡ ଖବର’ର ମୁଖ୍ୟ ସଂପାଦକ ଅର୍ଦ୍ଧେନ୍ଦୁ ଦାସ ।

ଶୁକ୍ରବାର ସକାଳେ ଭୁବନେଶ୍ୱରରୁ ଥାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆ ପାଇଁ ଭର୍ଚ୍ଚୁଆଲରେ ପ୍ୟାକେଜ ବାଂଟିଲେ । ଏହା ସହ ଏକଥା କହିଲେ ସେ ଖୁବଶୀଘ୍ର କୋଟିଆ ଯିବେ । କୋଟିଆକୁ ଆଦର୍ଶ ପଂଚାୟତ କରିବେ ।

ରାଜ୍ୟର ମୁଖିଆ ଭାବେ କୋଟିଆ ଲୋକଙ୍କ ସହ ନବୀନ ଛିଡା ହେବା ଦରକାର । ତେବେ ଆନ୍ଧ୍ରର ଷଡଯନ୍ତ୍ରକୁ ପଣ୍ଡ କରିବାକୁ ଠୋସ୍ ରଣନୀତି ହେବା ଦରକାର । ଆଇନ କାନୁନ ସହ କେମିତି ଆସନ୍ତା ୧୩ରେ ହେବାକୁ ଥିବା ନିର୍ବାଚନ ବନ୍ଦ ହେବ ସେ ନେଇ ବି ବ୍ୟବସ୍ଥା ହେବା ଦରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି