ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୯ ଦିନରେ ପହଞ୍ଚିଛି କୁସ୍ତିଯୋଦ୍ଧାଙ୍କ ଧାରଣା । ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି ଖେଳାଳି। ଖେଳାଳିଙ୍କ ପ୍ରତି ଦେଶର ଅନ୍ତର୍ଜାତୀୟ କୁସ୍ତି ଖେଳାଳିଙ୍କ ସମର୍ଥନ ବଢିବାରେ ଲାଗିଛି । ନୀରଜ ଚୋପ୍ରା, ପୂର୍ବତନ କ୍ରିକେଟର କପିଳ ଦେବଙ୍କ ସହ ଅନେକ କ୍ରୀଡ଼ାବିତ ଧାରଣାରତ କୁସ୍ତି ଖେଳାଳିଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି ।
ଖାଲି ଖେଳାଳି ନୁହନ୍ତି ରାଜନୈତିକ ଦଳର ନେତା ଓ ବିଶିଷ୍ଟ ବ୍ୟକ୍ତିମାନେ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କୁ ଭେଟିବା ସହିତ ସମର୍ଥନ ମଧ୍ୟ କରୁଛନ୍ତି । ଆଉ ଏବେ ଦିଲ୍ଲୀରେ ପହଞ୍ଚି ଧାରଣାରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ଧାରଣାରେ ସାମିଲ ହେବା ସହ ଖେଳାଳିଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ଚାଷୀ ନେତା ରାକେଶ ଟିକାୟତ ମଧ୍ୟ ଖେଳାଳିଙ୍କୁ ଭେଟିଥିଲେ ।