ଗୁଲଶନ କୁମାର ହତ୍ୟା ମାମଲା, ମର୍ଚାଣ୍ଟଙ୍କ ଦଣ୍ଡ ଅକ୍ଷୁର୍ଣ୍ଣ ରହିବ

(ବଡ଼ ଖବର ବ୍ୟୁରୋ): ଟି-ସିରିଜର ପ୍ରତିଷ୍ଠାତା ଗୁଲଶନ କୁମାରଙ୍କ ହତ୍ୟା ମାମଲାରେ ବମ୍ବେ ହାଇକୋର୍ଟ ରାଉଫ ମର୍ଚାଣ୍ଟକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଜଷ୍ଟିସ୍ ଯାଦବ ଏବଂ ବୋରକର ଏକ ବ୍ୟାଞ୍ଚ ଏହି ମାମଲାର ଶୁଣାଣି କରିଥିଲେ । ଗୁଲଶନ କୁମାରଙ୍କ ହତ୍ୟା ସହ ଜଡିତ ମୋଟ ୪ଟି ଆବେଦନ ବମ୍ବେ ହାଇକୋର୍ଟକୁ ଆସିଛି । ଏଥିରେ ରାଉଫ ମର୍ଚାଣ୍ଟ, ରାକେଶ ଚଞ୍ଚଲା ପିନ୍ନାମ ଏବଂ ରାକେଶ ଖୋକରଙ୍କ ଦୋଷ ବିରୋଧରେ ୩ଟି ଆବେଦନ କରାଯାଇଥିଲା । ଗୁଲଶନ କୁମାର ହତ୍ୟା ମାମଲାରେ ମର୍ଚାଣ୍ଟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ବର୍ତ୍ତମାନ କୋର୍ଟ ତାଙ୍କ ଦଣ୍ଡାଦେଶ ଶୁଣାଇଛନ୍ତି ।

ମହାରାଷ୍ଟ୍ର ସରକାର ରମେଶ ତରାନୀଙ୍କ ନିର୍ଦ୍ଦୋଷରେ ଖୋଲାସ ହେବା ବିରୋଧରେ ଆଉ ଏକ ଆବେଦନ କରିଥିଲେ । ତେବେ ମହାରାଷ୍ଟ୍ର ସରକାରଙ୍କ ତରାନୀଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ତାଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

୧୨ ଅଗଷ୍ଟ ୧୯୯୭ ମସିହାରେ ମୁମ୍ବାଇର ଏକ ମନ୍ଦିର ବାହାରେ ଗୁଲସନ କୁମାରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେତେବେଳେ ସେ ପୂଜା କରିବା ପରେ ମନ୍ଦିରରୁ ବାହାରକୁ ଆସୁଥିଲେ । ତା’ପରେ ହଠାତ ବାଇକ୍ ଆରୋହୀମାନେ ତାଙ୍କ ଉପରକୁ ୧୬ଟି ଗୁଳି ଚଳାଇଲଥିଲେ । ଗୁଲଶନ କୁମାରଙ୍କ ଘଟଣାସ୍ତଳରେ ମୃତ୍ୟୁ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ