Masthead

ଜାହାଜରୁ ୨୨କେଜି କୋକେନ ଜବତ, ପାରାଦୀପରେ ତିନି ଜଣିଆ ଏନସିବି ଟିମ

ପାରାଦୀପ (ବଡ଼ ଖବର ବ୍ୟୁରୋ):ଜାହାଜରୁ ୨୨୦ କୋଟିର କୋକେନ ଧରାପଡିବା ପରେ ପ୍ରଶାସନ ତତ୍ପର ହୋଇଛି । ବର୍ତ୍ତମାନ ତଦନ୍ତ ଭାର ଏନସିବିକୁ ହସ୍ତାନ୍ତର କରାଯାଇଛି । ପିଆଇସିଟି ବର୍ଥରେ ପହଞ୍ଚିଛନ୍ତି ଏନସିବିର ତିନିଜଣିଆ ଟିମ। ଟିମରେ ଅଛନ୍ତି ଏନସିବି ଆସିଷ୍ଟାଣ୍ଟ ଡାଇରେକ୍ଟର କୁଲଦୀପ ଶର୍ମା । ଏମଭି ଦେବୀ ଜାହାଜର କର୍ମଚାରୀଙ୍କୁ ପଚରା ଉଚରା କରୁଛି ଏନସିବି ଟିମ । ଗୁରୁବାର ବିଳମ୍ବିତ ରାତିରେ ପାରାଦ୍ବୀପ ବନ୍ଦରର ପିଆଇସିଟି ବର୍ଥରେ ଲାଗିଥିବା ଏମଭି ଦେବୀ ଜାହାଜରୁ ୨୨ କେଜିର କୋକେନ ଜବତ ହୋଇଥିଲା।

ଏହି ଜାହାଜଟି ସ୍ପେନରୁ ଇଣ୍ଡୋନେସିଆ ଦେଇ ପାରାଦ୍ଵୀପ ଆସିଥିଲା ଏବଂ ପାରାଦ୍ଵୀପରୁ ଷ୍ଟିଲ ପ୍ଲେଟ ନେଇ ଡେନମାର୍କ ଯାଇଥାନ୍ତା । ଜାହାଜର ଜଣେ କର୍ମଚାରୀ ସେଠାରେ କାର୍ଯ୍ୟ କରୁଥିବା ସିକ୍ୟୁରିଟି ଗାର୍ଡ ଜରିଆରେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଚଢ଼ାଉ କରିବା ପରେ ସିଆଇଏସଏଫ ଓ ଡ୍ରଗ ସ୍କ୍ୱାର୍ଡ ବିଭାଗକୁ ଖବର ଦିଆଯାଇଥିଲା । ପରେ ସିଆଇଏସଏଫ ଓ ଡ୍ରଗ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିବା ସହିତ ସନ୍ଧାନୀ କୁକୁର ସହାୟତାରେ ଛାନଭିନ କରିଥିଲେ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି