Masthead

‘ଭାରତକୁ ୬ ଜଣ ଚକ୍ରବ୍ୟୁହରେ ଫସାଇଛନ୍ତି’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବଜେଟ୍‌ ଉପରେ ଲୋକସଭାରେ ଚର୍ଚ୍ଚାବେଳେ ବର୍ଷିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ଦେଶକୁ ଚକ୍ରବ୍ୟୁହରେ ଫସେଇ ଦିଆଯାଇଛି ବୋଲି କହିଛନ୍ତି ରାହୁଲ ଗାନ୍ଧି । ସେ କହିଛନ୍ତି ମହାଭାରତରେ ଯେଉଁ ଚକ୍ରବ୍ୟୁହରେ ଅଭିମନ୍ୟୁ ଫସିଥିଲା, କେନ୍ଦ୍ର ସରକାରଙ୍କ ଚକ୍ରବ୍ୟୁହରେ ସାରା ଦେଶବାସୀ ଫସିଛନ୍ତି। ଆଉ ଏହି ଚକ୍ରବ୍ୟୁହର ଚିହ୍ନକୁ ପ୍ରଧାନମନ୍ତ୍ରୀ ନିଜ ଛାତିରେ ଲଗାଇ ବୁଲୁଛନ୍ତି । ମହାଭାରତ ସମୟରେ ଥିବା ଚକ୍ରବ୍ୟୁହରେ ୬ ଜଣ ନିୟନ୍ତ୍ରଣ କରୁଥିଲେ।

ଆଉ ଏବେର ଚକ୍ରବ୍ୟୁହକୁ ମଧ୍ୟ ୬ ଜଣ ନିୟନ୍ତ୍ରଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ମୋହନ ଭାଗବତ, ଅଜିତ ଡୋବାଲ, ଅମ୍ୱାନୀ ଓ ଅଦାନୀ। ଏହି ଚକ୍ରବ୍ୟୁହରେ ଅଛି ଡର ଆଉ ହିଂସା। ଏଥିରେ ମଧ୍ୟବିତ୍ତ, ମହିଳା, ଚାଷୀ ହନ୍ତସନ୍ତ ହେଉଛନ୍ତି। ଏହାକୁ ନେଇ ବିରୋଧୀ ହଙ୍ଗାମା କରିବା ସହ ବାଚସ୍ପତି ଓମ୍ ବିର୍ଲା ମଧ୍ୟ ରାହୁଲ ଗାନ୍ଧିଙ୍କୁ ଅଟକାଇଥିଲେ। ବାଚସ୍ପତି କହିଥିଲେ ଯେ, ପ୍ରତିପକ୍ଷ ନେତା ହିଁ ଲିଖିତ ଆକାରରେ ଦାବି କରିଥିଲେ ଯେ ଗୃହରେ ଯେଉଁମାନେ ନାହାନ୍ତି ସେମାନଙ୍କ ନାମ ଉଠାଯିବ ନାହିଁ, ତେବେ କଣ ପାଇଁ ଅନ୍ୟମାନଙ୍କ ନାମ ନେଇ ଗୃହର ମର୍ଯ୍ୟାଦା ଭଙ୍ଗ କରୁଛନ୍ତି ବୋଲି ରାହୁଲ ଗାନ୍ଧିଙ୍କୁ ପ୍ରଶ୍ନ କରିଥିଲ।

ଏହାପରେ ରାହୁଲ ଗାନ୍ଧି କହିଥିଲେ, “ସାର୍ ଆପଣ ଯଦି ଚାହୁଁଛନ୍ତି ତେବେ ମୁଁ ତିନି ଜଣଙ୍କ ନାଁ ହଟାଇ ଦେଉଛି। ଭାରତକୁ କାବୁ କରିଥିବା ଚକ୍ରବ୍ୟୁହ ପଛରେ ଆହୁରି ତିନୋଟି ଶକ୍ତି ଅଛି, ତାହା ହେଉଛି ଏକଛତ୍ରବାଦ ଶାସନର ଚିନ୍ତାଧାରା। ଦ୍ୱିତୀୟ ହେଉଛି, ଏଜେନ୍ସି- କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ), ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି), ଆୟକର ବିଭାଗ (ଆଇଟି) ଏବଂ ତୃତୀୟ, ରାଜନୈତିକ କାର୍ୟ୍ୟନିର୍ବାହୀ ଅଧିକାରୀ।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି