Masthead

ପାହାଡ଼ରେ ପାଠପଢ଼ା

ପାଲଲହଡ଼ା (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ଲାଗି ଅନଲାଇନରେ ଚାଲିଛି ପାଠପଢ଼ା । ନେଟୱର୍କ ନଆସିବାରୁ ଛାତ୍ରଛାତ୍ରୀମାନେ ପାହାଡ଼ ଉପରେ ଯାଇ ପାଠପଢ଼ୁଥିବା ଦେଖିବାକୁ ମିଳୁଛି । ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଳକର ଉପାନ୍ତ ଅଞ୍ଚଳ ସଇଡ଼ା, ନଗିରା, ବରଡ଼ିହ ଓ ପେଚାମୁଣ୍ଡି ପଞ୍ଚାୟତର କିଛି ଗାଁରେ ଆସୁନି ନେଟୱର୍କ । ଯେଉଁକାରଣରୁ ଛାତ୍ର ଛାତ୍ରୀମାନେ ନେଟୱର୍କ ଆସୁଥିବା ପାହାଡ଼ ଉପରକୁ ଯାଇ ପାଠପଢ଼ୁଛନ୍ତି । ଭବିଷ୍ୟତ ଗଢ଼ିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ସବୁବେଳେ ରହୁଛି ବନ୍ୟଜନ୍ତୁଙ୍କ ଭୟ । ଗାଁକୁ ନେଟୱର୍କ ଆସୁନଥିବା ନେଇ ଅଭିଯୋଗ କରିଥିଲେ ସୁଦ୍ଧା ଫଳାଫଳ ଶୁନ । ବରିଷ୍ଟ ଆଇନଜୀବୀ ଚିତ୍ତରଞ୍ଜନ ପ୍ରଧାନ ମଧ୍ୟ ଛାତ୍ର ଛାତ୍ରୀଙ୍କ ଲାଗି ପ୍ରଶାସନକୁ ଜଣାଇଛନ୍ତି । ନେଟୱର୍କ ଆସୁନଥିବାରୁ ଏଠାରେ ଜରୁରୀ ସମୟରେ ଆମ୍ବୁଲାନ୍ସ ସେବା ଓ ଅଗ୍ନିଶମ ସେବା ପହଞ୍ଚିପାରୁନାହିଁ । ଏହି ଅଞ୍ଚଳରେ ଟାୱାର ଲଗାଇଲେ ସବୁ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା