Masthead

ଝାଡାବାନ୍ତି ନେଉଛି ଜୀବନ, ଜଣେ ମୃତ ୪ ଗୁରୁତର

ଲକ୍ଷ୍ମୀପୁର(ବଡ଼ ଖବର ବ୍ୟୁରୋ): କମିବାରେ ନାଁ ଧରୁନି ଝାଡ଼ାବାନ୍ତି। ପୁଣି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡା ପଦର ପଞ୍ଚାୟତ ଅଧିନସ୍ଥ ଦେଓ ଖଡକ ଗାଁରେ। ଗାଁକୁ ଆମ୍ବୁଲାନ୍ସ ଗାଡ଼ି ପହଞ୍ଚି ପାରି ନ ଥିବାରୁ ଗତ କାଲି ବିଳମ୍ବିତ ରାତିରେ ଜଣେ ବାଳିକାର ମୃତ୍ୟୁ ହୋଇଥିଲା । ତାଙ୍କ ନାଁ ହେଲା ୮ ବର୍ଷିଆ ବାସନ୍ତୀ ମୁଦୁଲି। ଆଜି ଅପରାହ୍ନରେ ପୁଣି ମୃତ ବାଳିକାର ବଡ ଭଉଣୀ, ସୁରଭି ମୁଦୁଲି (୧୧) କୁ ଷ୍ଟ୍ରେଚରରେ ଭାର ବହି, ଅନ୍ଧାରୀ ନଦୀ ପାରି କରି ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଭର୍ତ୍ତି କରିଥିବା ଦେଖିବାକୁ ମିଳିଛି।

କେବଳ ସେତିକି ନୁହେଁ, ସେହି ଗ୍ରାମର, ପଦ୍ମନି ମୁଦୁଲି ( ୪୫ ) ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ, ସେହି ପଞ୍ଚାୟତର ଶିଶି କୁଡି ଗାଁର, ଭଗବତୀ ପାଇକ ୩୫ ଏବଂ ଶୁକ୍ରି ମୁଦୁଲି ୨୩କୁ ବାନ୍ତି ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଗତ କିଛି ଦିନ ତଳେ ସେହି ଗାଁ ର କେତେକ ଲୋକ ଦୂଷିତ ପାଣି ବ୍ୟବହାର କରି ଝାଡ଼ା ବାନ୍ତିର ଶିକାର ହୋଇ ଥିଲେ । ପୁଣି ଆଜି, ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେତେ ଲୋକ ଡାକ୍ତରଖାନା ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ଜଣାପଡିଛି। ଗତଥର ମଧ୍ୟ ଡାକ୍ତର ଖାନା ପକ୍ଷରୁ ସ୍ବାସ୍ଥ୍ୟ ବିଭାଗ ଟିମ୍ ଗାଁ ରେ ଯାଇ, ଲୋକ ମାନଙ୍କୁ, ସଚେତନତା କରିବା ସହ, ପ୍ରତିଷେଧକ ଔଷଧ ଦେଇ ଫେରି ଥିଲେ। ହେଲେ ମଧ୍ୟ, ଦୂଷିତ ପାଣି ଯୋଗୁଁ, ଗାଁ ରେ ଝାଡ଼ା ବାନ୍ତି କମିବାରେ ନାଁ ଧରୁନି ବୋଲି ଗ୍ରାମବାସୀ କହିଛନ୍ତି। ଏସମ୍ପର୍କରେ ଭ୍ରାମ୍ୟମାଣ ଡ଼ଃ ବ୍ରଜ ବିହାରୀ ନାଥ ସର୍ମାଙ୍କୁ ଯୋଗାଯୋଗ କରିଥିଲୁ। ତେବେ ସେ କହିଥିଲେ ଯେ, ଗାଁ ମାନଙ୍କରେ, ସ୍ଥାୟୀ ବିଶୁଦ୍ଧ ପାନୀୟ ଜଳର ସୁବିଧା କରା ଯାଇ ନାହିଁ। ସେହି ଦୂଷିତ ପାଣି ପିଇ ଝାଡ଼ା ବାନ୍ତି ରେ ଆକ୍ରାନ୍ତ ହେଉଛନ୍ତି।

ଯେତେ, ଔଷଧ ଦେଲେ ମଧ୍ୟ, ପି ଇ ବା ପାଣି ଯୋଗୁଁ, ଝାଡ଼ା ବାନ୍ତି କମୁ ନାହିଁ ବୋଲି ପ୍ରକାଶ କରିଛନ୍ତି। ତଥାପି, ସ୍ବାସ୍ଥ୍ୟ ଟିମ୍ ଗାଁ ରେ ପହଞ୍ଚି ବ ବୋଲି କହିଛନ୍ତି। ବିଶେଷ କରି, ଦଶମନ୍ତପୁର ବ୍ଲକ ରେ ହିଁ, ପାନୀୟ ଜଳର ସମସ୍ୟା ରହିଛି। କିନ୍ତୁ ପାଣି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଆଜି ବି ଦୂଷିତ ପାଣି ବ୍ୟବହାର କରୁଥିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି, ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ଲାଗି ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି