Masthead

ଜେଏନୟୁରେ ଧାରଣା ମନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜେଏନୟୁ ପାଇଁ ନୂଆ ନିୟମ । ଏଥର ଆନେ୍ଦାଳନ, ଧାରଣା ଓ ବିକ୍ଷୋଭ କଲେ ଦେବାକୁ ପଡିବ ଫାଇନ୍ । ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଧାରଣା ମନା । ଧାରଣା ଦେଲେ ପିଲାଙ୍କୁ ୨୦,୦୦୦ ଟଙ୍କା ଜରିମାନା ସହ ଆଡମିଶନ ମଧ୍ୟ ବାତିଲ କରାଯାଇପାରେ। ସେହିପରି ହିଂସାକାଣ୍ଡ ଘଟାଇଲେ ୩୦,୦୦୦ ଟଙ୍କା ପର୍ୟ୍ୟନ୍ତ ଜରିମାନା ହୋଇପାରେ।

ଜେଏନୟୁରେ ବାରମ୍ବାର ବିଭିନ୍ନ ପ୍ରସଙ୍ଗକୁ ନେଇ ଧାରଣା ଓ ଆନ୍ଦୋଳନ କରାଯାଉଥିବାରୁ ଏହାକୁ ରୋକିବା ପାଇଁ ବିଶ୍ୱବିଦ୍ୟାଳୟ ପ୍ରଶାସନ କଠୋର ନିୟମ ଆଣିଛନ୍ତି। ଯାହାକୁ ନେଇ ବିବାଦ ମଧ୍ୟ ଉପୁଜିଛି। କଲେଜରେ ଶୃଙ୍ଖଳା ଏବଂ ଅନୁଶାସନ ଏବଂ ଛାତ୍ରଛାତ୍ରୀଙ୍କର ସଠିକ୍‌ ଆଚରଣ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୦ ପୃଷ୍ଟାର ଅନୁଶାସନ ନିୟମ ପ୍ରଣୟନ କରାଯାଇଛି। ଏଥିରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ଥିର ହୋଇଥିବା ନିୟମକୁ ଉଲ୍ଲଂଘନ କଲେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ