ଦମ୍ପତିଙ୍କ ଗଳା କାଟି ହତ୍ୟା, ସମ୍ପତିକୁ ନେଇ ହତ୍ୟା ସନ୍ଦେହ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଦମ୍ପତିଙ୍କ ଗଳା କାଟି ହତ୍ୟା । ସମ୍ପତିକୁ ନେଇ ହତ୍ୟା ସନ୍ଦେହ । ହତ୍ୟା ପରେ ଦୁର୍ବୃତ୍ତ ଫେରାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ମାଝୀସାହି ମୁନି ସବିର ବାଲିପଡ଼ିଆ ପଦାରେରେ । ଘଟଣାସ୍ଥଳୁ ମଦ ବୋତଲ ସହ ମୋବାଇଲ ଜବତ । ହତ୍ୟାର ୧୨ ଘଣ୍ଟା ପରେ ବି ପୋଲିସର ହାତ ଖାଲି । କାହିଁକି ଓ କିଏ ହତ୍ୟା କରିଛି ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

ସ୍ଵାମୀ ରଘୁନାଥ ବେହେରା ଓ ସ୍ତ୍ରୀ ପ୍ରଭାତୀ ସବିରା ମହାନ୍ତି ଏକ କୁକୁଡା ଫାର୍ମ ହାଉସ କରିଥିଲେ । ବୁଧବାର ରାତି ପ୍ରାୟ ୧୦ ଟା ବେଳେ ଉଭୟ ସ୍ଵାମୀ ସ୍ତ୍ରୀ ନିଜ ଫାର୍ମ ହାଉସକୁ ଆସିଥିଲେ । ବିଳମ୍ବିତ ରାତ୍ରରେ ହଠାତ୍ ସାମ୍ନାରୁ ଶୁଭିଥିଲା ଚିତ୍କାର । ଗାଁ ଲୋକେ ଚିତ୍କାର ଶୁଣି ଦଉଡ଼ି ଯିବା ବେଳକୁ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ପଡିଥିଲେ ସ୍ଵାମୀ ସ୍ତ୍ରୀ । ସ୍ୱାମୀର ଶବ ଠାରୁ କିଛି ଦୂରରେ ପଡ଼ିଥିଲା ସ୍ତ୍ରୀର ରକ୍ତ ଶରୀର । ଘଟଣାସ୍ଥଳରେ ମଦ ବୋତଲ ସହ ମୋବାଇଲକୁ ଜବତ କରିଛି ସୋର ପୋଲସ । ସ୍ୱାମୀ -ସ୍ତ୍ରୀଙ୍କ ଗଳା କଟା ଯାଇଥିବା ସହ ସ୍ୱାମୀ ରଘୁନାଥଙ୍କ ଦୁଇ ହାତରେ ରହିଛି ହଣା ଦାଗ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ