Masthead

ନୂଆବର୍ଷରେ ନୂଆ ନିୟମ..ଜାଣନ୍ତୁ କେଉଁ ନିୟମରେ ହୋଇଛି ପରିବର୍ତ୍ତନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ତାରିଖ ବଦଳିଛି କ୍ୟାଲେଣ୍ଡର ବଦଳିଛି, ବର୍ଷ ବି ବଦଳିଯାଇଛି । ବଦଳିଯାଇଛି ୨୦୨୩ । ଏବେଠୁ ନୂଆବର୍ଷ । ଆଜିଠୁ ଆମେ ୨୦୨୪ର ଲୋକ । ନୂଆ ବର୍ଷରୁ ଲାଗୁ ହୋଇଛି ଅନେକ ନୂଆ ନିୟମ । ସୁକନ୍ୟା ଯୋଜନାର ସୁଧହାର ଠାରୁ ଆରମ୍ଭ କରି ନୂଆ ସିମ୍ କିଣିବା ପାଇଁ ନିୟମରେ ପରିବର୍ତ୍ତନ ହୋଇଛି । ତେବେ ଜାଣନ୍ତୁ କ’ଣ ରହିଛି ନୂଆ ବର୍ଷ ପାଇଁ ନୂଆ ନିୟମ ।

ସୁକନ୍ୟା ଯୋଜନାରେ ୮ ପ୍ରତିଶତ ବଦଳରେ ୮.୨ ପ୍ରତିଶତ ସୁଧ । ତିନି ବର୍ଷିଆ ମିଆଦି ଜମାରେ ୭.୧୦ ପ୍ରତିଶତ ସୁଧ ମିଳିବ । ମାରୁତି, ଟାଟାଠାରୁ ଆରମ୍ଭ କରି ଅଡି ଓ ମର୍ସିଡିଜ୍ ବେଞ୍ଜ କାରର ଦର ବଢିବାର ସମ୍ଭାବନା ରହିଛି । ଜାନୁଆରୀରେ କାର ଦାମ ବଢିବା ନେଇ ଘୋଷଣା କରିଛନ୍ତି କାର କମ୍ପାନୀ । ବର୍ଷେରୁ ଅଧିକ ସମୟ ନିଷ୍କ୍ରିୟ ଥିବା ୟୁପିଆଇ ଆଇଡିକୁ ଅଚଳ କରାଯିବ । ଏହା ଦ୍ୱାରା ସେଗୁଡ଼ିକୁ କେହି ଅପବ୍ୟବହାର କରିପାରିବେ ନାହିଁ ।

ଖାଲି ସେତିକି ନୁହେଁ ସ୍ୱାସ୍ଥ୍ୟ ବୀମା ପଲିସି ନେଇ ମଧ୍ୟ ପରିବର୍ତ୍ତନ କରାଯାଇଛି । ଲୋକେ ବୁଝିବା ଭଳି ସରଳ ଭାଷାରେ କମ୍ପାନୀ ଉପସ୍ଥାପନ କରିବେ ସ୍ୱାସ୍ଥ୍ୟ ବିମା ପଲିସି । ସେହିଭଳି ମୋବାଇଲ୍ ସିମ୍ କିଣିବା ବେଳେ କାଗଜପତ୍ର ଦେବାକୁ ପଡ଼ିବ ନାହିଁ । କେବଳ ଡିଜିଟାଲ କେୱାସି ଜରିଆରେ ହିଁ ସିମ୍ କିଣିହେ । ବ୍ୟାଙ୍କ ଲକର୍ର ନୂଆ ନିୟମ ଲାଗୁ କରାଯିବ । ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଲକର ନିୟମ ପାଳନ କରିନଥିଲେ ଅସୁବିଧାରେ ପଡିବୋ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର