Masthead

କେତନ୍ ହତ୍ୟାକାଣ୍ଡରେ ନୂଆ ଟୁଇଷ୍ଟ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦେଶର ବହୁ ଚର୍ଚ୍ଚିତ କେତନ ଅଗ୍ରୱାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସିଆ ଗୋୟଲ ପୁଣି ଥରେ ନିଜର କାର୍ଯ୍ୟଶୌଳୀ ପାଇଁ ଆଲୋଚନାର ବିଷୟ ପାଲଟିଛନ୍ତି । ରିମାଣ୍ଡରେ ପୁଲିସ ସିଆକୁ ଆଣି ଗୁରୁବାର ଘରକୁ ନେଇ ତଦନ୍ତ ଚଳାଇଥିବା ବେଳେ ସିଆ ତାହାର ସୁଯୋଗ ନେଇ ଗଣମାଧ୍ୟମର କ୍ୟାମେରା ଆଡକୁ ମଧ୍ୟମ ଆଙ୍ଗୁଠି ଦେଖାଇ କିଛି ଇଙ୍ଗିତ କରିବାକୁ ଚାହିଁଥିଲା । ଯାହାର ଭିଡିଓ ବର୍ତ୍ତମାନ ଜୋରରେ ଭାଇରାଲ ହେବାରେ ଲାଗିଛି । ଏପରି ବ୍ୟବହାରକୁ ନେଇ ସାଧାରଣରେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି । କେତନ ଅଗ୍ରୱାଲଙ୍କ ମୃତ୍ୟୁ ମାମଲାରେ ତଦନ୍ତର ଗତିପଥ ପ୍ରତିଦିନ ନୂଆ ମୋଡ ନେଉଛି । ସେପଟେ କେତନ ହତ୍ୟାକାଣ୍ଡ ମାମଲାରେ ଆଉ ଏକ ଯୁବକଙ୍କ ସମ୍ପୃକ୍ତି ମିଳିଛି । ପୋଲିସର ସୂଚନା ଅନୁସାରେ, ପୁଣେର ଏହି ବହୁଚର୍ଚ୍ଚିତ ମାମଲାର କଡା ତଦନ୍ତ ଜାରି ରଖିଛୁ । ଘଟଣାକ୍ରମକୁ ସଠିକ୍ ଭାବେ ବୁଝିବା ପାଇଁ ସିଆ ଓ ଚେତନଙ୍କୁ ଅଲଗା ଅଲଗା ଭାବେ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିୟେସନ କରୁଛି ପୋଲିସ । ଆଉ ପୋଲିସର ଏହି ତଦନ୍ତ ବେଳେ ଜଣେ ଯୁବକଙ୍କ ନାମ ସାମ୍ନାକୁ ଆସିଛି, ଯିଏ କି ଚତେନଙ୍କ ସହପାଠୀ ବୋଲି କୁହାଯାଉଛି । ଚେତନ ଓ ସିଆ ଏହି ଯୁବକଙ୍କୁ କେତନଙ୍କୁ ରାସ୍ତାରୁ ହଟାଇବାର ଯୋଜନା ସର୍ମ୍ପକରେ ଜଣାଇଥିଲେ । ପରେ ତାଙ୍କୁ ଜୁନ୍ ୧୮ ତାରିଖରେ ଲୋହାଗଡ ଦୁର୍ଗକୁ ସାଙ୍ଗରେ ଯିବାକୁ ମଧ୍ୟ କୁହାଯାଇଥିଲା କିନ୍ତୁ ସେ ତାଙ୍କ ସହ ଯାଇ ନ ଥିଲେ । ବର୍ତ୍ତମାନ ପୋଲିସ ହତ୍ୟା ମାମଲାରେ ଅଧିକ ସତ୍ୟତା ଜାଣିବା ପାଇଁ ଯୁବକକୁ ପଚରାଉଚରା ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର 🔴 ଲଘୁଚାପ ବର୍ଷା ଚାଷୀଙ୍କ ମୁଣ୍ଡରେ ସାଜିଛି ଚଡ଼କ 🔴 କାଣି ନଦୀରେ ଧସିଲା ବନ୍ଧ 🔴 ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର  🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ 🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର 🔴 ଲଘୁଚାପ ବର୍ଷା ଚାଷୀଙ୍କ ମୁଣ୍ଡରେ ସାଜିଛି ଚଡ଼କ 🔴 କାଣି ନଦୀରେ ଧସିଲା ବନ୍ଧ 🔴 ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର  🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ