Masthead

ଓଡ଼ିଶା କଂଗ୍ରେସରେ ନୂଆ ଟୁଇଷ୍ଟ

ଭୁବନେଶ୍ୱର(ବଡ଼ଖବରବ୍ୟୁରୋ): କଥା ଉଡ଼ୁଥିଲା କଂଗ୍ରେସ ଛାଡ଼ି ବିଜେଡିରେ ମିଶିବେ । ଏନେଇ ବିଜେଡି ତାରିଖ ଘୋଷଣା କରିବା ପାଇଁ ଯାଉଥିବାବେଳେ ସେ ଏବେ ରାହୁଲଙ୍କ ଘରେ । ଏ କଥା କଂଗ୍ରେସର ପପୁଲାର ଯୁବ ନେତା ପ୍ରଦୀପ ମାଝୀଙ୍କର । କେବଳ ପ୍ରଦୀପ ନୁହଁ ତାଙ୍କ ସହ ଅଛନ୍ତି ଓଡ଼ିଶା ରାଜନୀତିର ଚର୍ଚ୍ଚିତ ଚେହେରା ଭକ୍ତ ଦାସ । ଏ ଖବର ସାମ୍ନାକୁ ଆସିବା ପରେ ଓଡ଼ିଶା କଂଗ୍ରେସ ଚଳଚଞ୍ଚଳ ହୋଇଉଠିଛି । ବାରମ୍ବାର ଓଡ଼ିଶାରେ ପିସିସି ସଭାପତି ହଟାଓ ଦାବି ଉଠିଆସୁଛି । ଏହା ସହ ପ୍ରଦୀପ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବାର କଥା ମଧ୍ୟ ସାମ୍ନାକୁ ଆସିଥିଲା । ଏସବୁକୁ ଦୃଷ୍ଟିରେ ରଖି ରାହୁଲ ତାଙ୍କୁ ନିଜ ବାସଭବନକୁ ଡ଼ାକିଥିବାର ଅନୁମାନ କରାଯାଉଛି । କାହିଁକିନା ରାହୁଲ ଗାନ୍ଧିଙ୍କ ପସନ୍ଦୀଦାର ନେତାଙ୍କ ଲିସ୍ଟରେ ପ୍ରଦୀପ ମାଝୀ ବହୁ ଆଗରୁ ରହିଆସିଛନ୍ତି ।

କେବଳ ଏତିକି ନୁହେଁ ତାଙ୍କୁ କେନ୍ଦୀୟ ମନ୍ତ୍ରୀ କରିବାର ଯୋଜନା ମଧ୍ୟ ରାହୁଲ ଗାନ୍ଧି କରିଥିଲେ । ହେଲେ କମ ବୟସ ଓ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ରାହୁଲ ନିଜ ଯୋଜନାରୁ ଓହରୀ ଯାଇଥିଲେ । ସେପଟେ ରାହୁଲଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମ୍ପର୍କ ମଧ୍ୟ ବେଶ ପୁରୁଣା । କଂଗ୍ରେସ ନେତା ତାରାବାହିନୀ ପତି ଯେତେବେଳେ ପିସିସି ସଭାପତି ହଟାଓ ଦାବି ଉଠାଇଥିଲେ । ସେହି ସମୟରେ ପ୍ରଦୀପ ମାଝୀ ପିସିସି ସଭାପତିଙ୍କ ସପକ୍ଷରେ ବାହାରିଥିଲେ । ଏବଂ ଓଡ଼ିଶାରେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ରହିବେ ବୋଲି ସ୍ଥିର କରାଯାଇଥିଲା । ସେପଟେ ଦଳୀୟ କନ୍ଦଳରେ ଅତିଷ୍ଠ ହୋଇ ପ୍ରଦୀପ ବିଜେଡିରେ ମିଶିବେ ବୋଲି ଅନୁମାନ କରାଯାଉଥିଲା ।

ଏହା ମଧ୍ୟରେ ରାହୁଲଙ୍କ ବାସଭବନରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବାର କଥା ସାମ୍ନାକୁ ଆସିଥିଲା । ଯାହାଫଳରେ ପ୍ରଦୀପ କଂଗ୍ରେସରେ ହିଁ ରହିବାର ସମ୍ଭାବନା ଦେଖାଦେଇଛି । ତେବେ ବର୍ତ୍ତମାନ ଓଡ଼ିଶା କଂଗ୍ରେସର କନ୍ଦଳ କେବେ ସମାପ୍ତ ହେଉଛି ତାହା ହିଁ ଦେଖିବାର ବିଷୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଜାତିସଂଘ ସୁରକ୍ଷା ପରିଷଦ ବୈଠକ 🔴 ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ 🔴 ରାଜ୍ୟରେ ଅଚାନକ ବଢ଼ିଛି ତାତି 🔴 କାଳବୈଶାଖୀ ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଯୁଦ୍ଧ ଶେଷ କରିବେ କି ଟ୍ରମ୍ପ? 🔴 କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌ 🔴 ୨୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସତର୍କତା 🔴 ଖୁବଶୀଘ୍ର ଇରାନ ଛାଡ଼ିବ ଆମେରିକା 🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’ 🔴 ଆଜି ଜାତିସଂଘ ସୁରକ୍ଷା ପରିଷଦ ବୈଠକ 🔴 ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ 🔴 ରାଜ୍ୟରେ ଅଚାନକ ବଢ଼ିଛି ତାତି 🔴 କାଳବୈଶାଖୀ ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଯୁଦ୍ଧ ଶେଷ କରିବେ କି ଟ୍ରମ୍ପ? 🔴 କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌ 🔴 ୨୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସତର୍କତା 🔴 ଖୁବଶୀଘ୍ର ଇରାନ ଛାଡ଼ିବ ଆମେରିକା 🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’