Masthead

ରବି ଜେନାଙ୍କୁ ନେଇ ନୂଆ ଟୁଇଷ୍ଟ, ଇସ୍ତଫା ଦେଇଛନ୍ତି ନା ନାହିଁ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): କନଫ୍ୟୁଜନରେ ବାଲେଶ୍ୱର ବିଜେଡି ଜେନା ପରିବାର । ଦଳର ଜିଲ୍ଲା ସଭାପତି ପଦରୁ ରବୀନ୍ଦ୍ର ଜେନା ଇସ୍ତଫା ଦେଇଛନ୍ତି କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ହଟୁନି । ଦୁଇ ଦିନ ତଳେ ଖବର ଆସିଲା ରବି ଜେନା ସଭାପତି ପଦ ଛାଡ଼ି ଦେଇଛନ୍ତି । ହେଲେ କାହିଁକି ଛାଡ଼ିଛନ୍ତି ତା’ର କାରଣ କହିନାହାନ୍ତି । ଆଜି କିନ୍ତୁ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ତାଙ୍କ ପାଖରେ ଏମିତି କିଛି ଖବର ନାହିଁ । ଚର୍ଚ୍ଚା ତ ଏଇୟା ବି ହେଉଥିଲା ରବିଙ୍କ ସ୍ଥାନ ନେବେ ମନ୍ତ୍ରୀ ଅଶ୍ୱିନୀ ପାତ୍ର । ହେଲେ ଏ ପ୍ରସଙ୍ଗରେ ନା ରବି ମୁହଁ ଖୋଲିଛନ୍ତି ନା ଅଶ୍ୱିନୀ । ଯେତେବେଳେ ବାଲେଶ୍ୱର ବିଜେଡିରେ କିଛି ଠିକ ଚାଲି ନଥିବା ଖବର ଗଣମାଧ୍ୟମକୁ ଆସିଛି, କଥା ମ୍ୟାନେଜ କରିବାକୁ ଅବଜରଭର ପ୍ରତାପ ଦେବ ଚେଷ୍ଟା କରିଛନ୍ତି |

୧୪ରେ ଜିତିଥିଲେ ରବୀନ୍ଦ୍ର । ୧୯ରେ ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ ହାରିଗଲେ । ପୁଣି ୨୪ରେ ଲଢିବାକୁ ସଜ ହେଉଛନ୍ତି ରବି । ଜିଲ୍ଲା ସଙ୍ଗଠନର ସବୁ କଥା ବି ବୁଝୁଥିଲେ । ଏପରିକି ତାଙ୍କ ପତ୍ନୀ ସୁବାସିନୀ ଜେନାଙ୍କୁ ବସ୍ତା ବିଧାନସଭାରୁ ବିଜେଡି ପ୍ରାର୍ଥିନୀ କରିବାକୁ ଉଦ୍ୟମ କରୁଥିବା ଶୁଣିବାକୁ ମିଳୁଥିଲା । ସବୁ ଠିକ୍ ଥିଲା, ଅଚାନକ୍ ବିଜେଡି ଓ ରବିଙ୍କ ଭିତରେ ଗଣିତ କ’ଣ ହେଲା କେଜାଣି, ଇସ୍ତଫା ଖବର ଆସିଗଲା । ଶେଷରେ ରବି ଇସ୍ତଫା ଦେବେ ନା ପଦ ବଜାୟ ରଖିବେ ତାହା ସ୍ପଷ୍ଟ ହୋଇନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା