Masthead

ନିଆରା ଢଙ୍ଗରେ ନୂଆବର୍ଷ ପାଳନ

ମହାକାଳପଡ଼ା(ବଡ଼ ଖବର ବ୍ୟୁରୋ): ନୂଆ ଆଶା ନୂଆ ଉଦ୍ଦିପନା ନେଇ ୨୦୨୧, ନବବର୍ଷକୁ ସ୍ୱାଗତ କରିବା ପାଇଁ ସାରା ବିଶ୍ୱବାସୀ ଧୁମ ଧାମରେ ପାଳନ କରୁଛନ୍ତି । କିଏ ମନ୍ଦିର ଯାଉଛନ୍ତି କିଏ ପୁଣି ପିକିନିକ, ଭୋଜିଭାତ ମଉଜ ମଜଲିସ୍ କରି ସମୟ ବିତାଉଛନ୍ତି । କିନ୍ତୁ ନିଆରା ଢଙ୍ଗରେ ନୂଆବର୍ଷ ପାଳନ କରିଛନ୍ତି ପରିବେଶପ୍ରେମୀ ସମରେନ୍ଦ୍ର ମାହାଳୀ । ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ, ମହାକାଳପଡା ବନାଞ୍ଚଳରେ ଥିବା ଲୁଣା ଜଙ୍ଗଲର ଗଛଗୁଡିକରେ ପକ୍ଷୀ ମାନଙ୍କ ସୁରକ୍ଷା ପାଇଁ କୃତିମ ବସା ନିର୍ମାଣ କରିଛନ୍ତି ।

ବନ୍ୟଜନ୍ତୁ ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ସରକାର ଯୋଜନା ତିଆରି କରୁଛନ୍ତି । ସରକାର ଠାରୁ ବେସରକାରୀ ସଂଗଠନମାନେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମାତ୍ର ଆନ୍ତରିକତାର ଅଭାବ ଯୋଗୁଁ ଏହା କାର୍ଯ୍ୟକାରିତା ଦିଗରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଭିନ୍ନ ସମୟରେ ନିଜସ୍ୱ ଉଦ୍ୟମରେ ପରିବେଶପ୍ରେମୀ ସମରେନ୍ଦ୍ର ମାହାଳୀ ପରିବେଶ ସମ୍ପର୍କରେ କାର୍ଯ୍ୟକରନ୍ତି । ପକ୍ଷୀମାନେ କିଭଳି ଅଣ୍ଡାଦାନ କରି ସୁରକ୍ଷିତ ଭାବେ ବଂଶ ବିସ୍ତାର କରି ନିରାପଦ ରହିବେ ସେଥିପ୍ରତି ଉଦ୍ୟମ ଆରମ୍ଭ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ