Masthead

ନବ ହତ୍ୟା, ଛନ୍ଧି ହେଲା ବିଜେଡ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବ ମର୍ଡର ମିଷ୍ଟି୍ର । ଛନ୍ଦି ହୋଇଯିବ କି ବିଜେଡି? ଶାରଦାଙ୍କ ବୟାନ ନବୀନଙ୍କ ବଢାଇଲା ମୁଣ୍ଡ ବିନ୍ଧା! ତଦନ୍ତର ଅଗ୍ରଗତି ଯୋଗୁଁ ଜୋର ଧରିଲା ତାତି । ପୁଅ-ଝିଅଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ହେବାକୁ ନୋଟିସ୍ । ନୂଆ ଟିମ୍, ନୂଆ ତରିକାରେ କରିବ ଛାନଭିନ୍ । ଖୋଲିବ ଷଡଯନ୍ତ୍ର ଦିଗ, ଫସିବେ କି ବଡ଼ ବଡ଼ ଲୋକ! ରାଜନୈତିକ ଦଳର ସ୍ୱରରେ ସ୍ୱର ମିଳାଇ ସିବିଆଇ ତଦନ୍ତ ଦାବି । କ୍ରାଇମବ୍ରାଞ୍ଚକୁ କାଠଗଡାରେ ଠିଆ କରିଦେଲେ ବିଜେଡି ବିଧାୟକ । ତଦନ୍ତରୁ ବାରିଲେ ଅଭିସନ୍ଧିର ଦିଗ । କଲେ ସିବିଆଇ ତଦନ୍ତ ଦାବି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ କଲେ ଆସିବ କ୍ଲାରିଟି ବୋଲି କହିଛନ୍ତି ବିଧାୟକ ଧ୍ରୁବ ସାହୁ ।

ସେପଟେ କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ଯୁକ୍ତି ଅତୀତରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ବି ସାଜିଥିଲା ନିରବ ଦ୍ରଷ୍ଟା । ଏହା ଭିତରେ ଷଡଯନ୍ତ୍ର ରହିଛି । ଏସ୍ଆଇଟି କିମ୍ବା ସିବିଆଇ ତଦନ୍ତର ଆବଶ୍ୟକତା ରହିଥିବା କହିଛନ୍ତି ଅଶୋକ । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ତଦନ୍ତକୁ ନେଇ ବିରୋଧୀଙ୍କ ଦାବିରେ ସରକାରୀ ଦଳର ରହିଛି ସହମତି । ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି ନିଶ୍ଚିନ୍ତ ଭାବେ ପୂର୍ବରୁ ତଦନ୍ତ ବାଟବଣା କରାଯାଇଛି । ପ୍ରମାଣ ଅଭାବ କାରଣରୁ ଏବେ ତାଙ୍କୁ ପଚାରଉଚରା କରିବା ପାଇଁ ଡାକିଛି କ୍ରାଇମବ୍ରାଞ୍ଚ । ପୂର୍ବ ମୁଖ୍ୟମନ୍ତ୍ରୀ ନାରା ଦେଉଥିଲେ କି ଆଇନ ତା ବାଟରେ ଯିବ କିନ୍ତୁ ହେଲା କ’ଣ? ନବ ହତ୍ୟା ଘଟଣାରେ କିଛି କଥା ଲୁଚି ରହିଛି ।

ଗୁଳିମାଡ଼ ଓ ତାଙ୍କ ମୃତ ଶରୀରକୁ ନେଇ । ତଦନ୍ତ ହେବା ପରେ ସବୁ ସତ ସାମ୍ନାକୁ ଆସିବ । ପରିବାର ଲୋକ ସିବିଆଇ ତଦନ୍ତ ପାଇଁ ଲେଖିବୁ କହି ବି ଚୁପ୍ ବସିଛନ୍ତି । ନବଙ୍କ ହତ୍ୟା ତଦନ୍ତ ବିଜେଡିକୁ ଅଡୁଆ । ଦଳର ବିଧାୟକ କହିଲେଣି ରାଜନୈତିକ ଅଭିସନ୍ଧି ରଖି କ୍ରାଇମବ୍ରାଞ୍ଚ ତଦନ୍ତ କରେ । ତେବେ ଏଠି ପ୍ରଶ୍ନ ଉଠିଲାଣି ତାଙ୍କ ସରକାର କ୍ରାଇମବ୍ରାଞ୍ଚକୁ ରାଜନୀତି ଅଭିସନ୍ଧି ରଖି ବ୍ୟବହାର କରିିଥିଲା କି? ଯଦି ତାହା ସତ୍ୟ ତେବେ କାହାକୁ ଘଣ୍ଟ ଘୋଡାଇଛନ୍ତି ନବୀନ ସରକାର । ତାକୁ ଧରିବାରେ ସକ୍ଷମ ହେବେ ତ ମୋହନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର