Masthead

ନବ ହତ୍ୟା, ଛନ୍ଧି ହେଲା ବିଜେଡ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବ ମର୍ଡର ମିଷ୍ଟି୍ର । ଛନ୍ଦି ହୋଇଯିବ କି ବିଜେଡି? ଶାରଦାଙ୍କ ବୟାନ ନବୀନଙ୍କ ବଢାଇଲା ମୁଣ୍ଡ ବିନ୍ଧା! ତଦନ୍ତର ଅଗ୍ରଗତି ଯୋଗୁଁ ଜୋର ଧରିଲା ତାତି । ପୁଅ-ଝିଅଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ହେବାକୁ ନୋଟିସ୍ । ନୂଆ ଟିମ୍, ନୂଆ ତରିକାରେ କରିବ ଛାନଭିନ୍ । ଖୋଲିବ ଷଡଯନ୍ତ୍ର ଦିଗ, ଫସିବେ କି ବଡ଼ ବଡ଼ ଲୋକ! ରାଜନୈତିକ ଦଳର ସ୍ୱରରେ ସ୍ୱର ମିଳାଇ ସିବିଆଇ ତଦନ୍ତ ଦାବି । କ୍ରାଇମବ୍ରାଞ୍ଚକୁ କାଠଗଡାରେ ଠିଆ କରିଦେଲେ ବିଜେଡି ବିଧାୟକ । ତଦନ୍ତରୁ ବାରିଲେ ଅଭିସନ୍ଧିର ଦିଗ । କଲେ ସିବିଆଇ ତଦନ୍ତ ଦାବି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ କଲେ ଆସିବ କ୍ଲାରିଟି ବୋଲି କହିଛନ୍ତି ବିଧାୟକ ଧ୍ରୁବ ସାହୁ ।

ସେପଟେ କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ଯୁକ୍ତି ଅତୀତରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ବି ସାଜିଥିଲା ନିରବ ଦ୍ରଷ୍ଟା । ଏହା ଭିତରେ ଷଡଯନ୍ତ୍ର ରହିଛି । ଏସ୍ଆଇଟି କିମ୍ବା ସିବିଆଇ ତଦନ୍ତର ଆବଶ୍ୟକତା ରହିଥିବା କହିଛନ୍ତି ଅଶୋକ । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ତଦନ୍ତକୁ ନେଇ ବିରୋଧୀଙ୍କ ଦାବିରେ ସରକାରୀ ଦଳର ରହିଛି ସହମତି । ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି ନିଶ୍ଚିନ୍ତ ଭାବେ ପୂର୍ବରୁ ତଦନ୍ତ ବାଟବଣା କରାଯାଇଛି । ପ୍ରମାଣ ଅଭାବ କାରଣରୁ ଏବେ ତାଙ୍କୁ ପଚାରଉଚରା କରିବା ପାଇଁ ଡାକିଛି କ୍ରାଇମବ୍ରାଞ୍ଚ । ପୂର୍ବ ମୁଖ୍ୟମନ୍ତ୍ରୀ ନାରା ଦେଉଥିଲେ କି ଆଇନ ତା ବାଟରେ ଯିବ କିନ୍ତୁ ହେଲା କ’ଣ? ନବ ହତ୍ୟା ଘଟଣାରେ କିଛି କଥା ଲୁଚି ରହିଛି ।

ଗୁଳିମାଡ଼ ଓ ତାଙ୍କ ମୃତ ଶରୀରକୁ ନେଇ । ତଦନ୍ତ ହେବା ପରେ ସବୁ ସତ ସାମ୍ନାକୁ ଆସିବ । ପରିବାର ଲୋକ ସିବିଆଇ ତଦନ୍ତ ପାଇଁ ଲେଖିବୁ କହି ବି ଚୁପ୍ ବସିଛନ୍ତି । ନବଙ୍କ ହତ୍ୟା ତଦନ୍ତ ବିଜେଡିକୁ ଅଡୁଆ । ଦଳର ବିଧାୟକ କହିଲେଣି ରାଜନୈତିକ ଅଭିସନ୍ଧି ରଖି କ୍ରାଇମବ୍ରାଞ୍ଚ ତଦନ୍ତ କରେ । ତେବେ ଏଠି ପ୍ରଶ୍ନ ଉଠିଲାଣି ତାଙ୍କ ସରକାର କ୍ରାଇମବ୍ରାଞ୍ଚକୁ ରାଜନୀତି ଅଭିସନ୍ଧି ରଖି ବ୍ୟବହାର କରିିଥିଲା କି? ଯଦି ତାହା ସତ୍ୟ ତେବେ କାହାକୁ ଘଣ୍ଟ ଘୋଡାଇଛନ୍ତି ନବୀନ ସରକାର । ତାକୁ ଧରିବାରେ ସକ୍ଷମ ହେବେ ତ ମୋହନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’