Masthead

ଟସ୍ ଜିତିଲା ନ୍ୟୁଜିଲ୍ୟାଣ୍ଡ, ପ୍ରଥମେ ବ୍ୟାଟିଂ କରିବ ଭାରତ

(ବଡ଼ ଖବର ବ୍ୟୁରୋ): ବହୁପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟସ୍‌ ପଡ଼ିଛି। ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ ୱିଲିୟମସନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଭାରତ ପ୍ରଥମେ ବ୍ୟାଟିଂ କରିବ। ସାଉଥାମ୍ପଟନର ପିଚ୍ ଦ୍ରୁତ ବୋଲରଙ୍କୁ ସୁହାଇବ ବୋଲି କୁହାଯାଉଛି। ଏହି କାରଣ ପାଇଁ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ନ୍ୟୁଜିଲ୍ୟାଣ୍ଡ ଏହାର ୪ ଜଣ ଦ୍ରୁତ ବୋଲରଙ୍କ ସହ ଅଲରାଉଣ୍ଡ କଲିନ ଡି ଗ୍ରାଣ୍ତହୋମଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଛି। ସ୍ପିନର ଏଜାଜ ପଟେଲ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନାହାନ୍ତି। ନ୍ୟୁଜିଲ୍ୟାଣ୍ଡ କୌଣସି ସ୍ପିନରଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ଦେଇନାହିଁ। ସେପଟେ ଭାରତ ଦୁଇ ଜଣ ସ୍ପିନର ଓ ୩ ଜଣ ଦ୍ରୁତ ବୋଲରଙ୍କୁ ନେଇ ମୈଦାନକୁ ଓହ୍ଲାଇବ।

ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ ମ୍ୟାଚ ୧୮ ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ ଗତକାଲି ବର୍ଷା ଲାଗି ରହିଥିବାରୁ ଟସ୍‌ ପଡ଼ି ପାରି ନଥିଲା। ଆଜି ପାଗ ଶୁଖିଲା ହେବାରୁ ନିର୍ଦ୍ଧାରିତ ସମୟରେ ଟସ୍‌ ପଡ଼ିଛି। ପାଣିପାଗ ସଂସ୍ଥା ଆକ୍ୟୁୱଦେରର ୱେବସାଇଟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଆଜି ଦିନ ତମାମ ସାଉଥାମ୍ପଟରେ ପାଗ ଆଂଶିକ ଶୁଖିଲା ରହିବ। କିନ୍ତୁ ସ୍ଥାନୀୟ ସମୟ ୨ଟା ପରେ ବର୍ଷାର ସମ୍ଭାବନା ରହିଛି। ରାତି ବେଳକୁ ବର୍ଷାର ପରିମାଣ ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଆଜି ବି ଯଦି କିଛି ଓଭର ଖେଳା ଯାଏ, ତା’ହେଲେ ତୃତୀୟ ଦିନର ଖେଳ ହେବା ମୁସ୍କିଲ ଭଳି ମନେ ହେଉଛି। କାରଣ ଯଦି ରାତି ତମାମ ପ୍ରବଳ ବର୍ଷା ହୁଏ, ତା’ହେଲେ ପଡ଼ିଆରୁ ପାଣି କାଢ଼ିବା କଷ୍ଟକର ହୋଇପଡ଼ିବ। ଏପରି ସ୍ଥିତିରେ ତୃତୀୟ ଦିନର ଖେଳ ହେବାର ସମ୍ଭାବନା କମ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା