Masthead

ଏ ବର୍ଷ ହେବ ଟାଇଁ ଟାଇଁ ଖରା

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଟାଇଁ ଟାଇଁ ଖରା ସାଙ୍ଗକୁ ଝାଞ୍ଜି ପବନ । ତା ସାଙ୍ଗକୁ ଭୀଷଣ ତାତି । ଜଳିବ ଓଡ଼ିଶା । ମାର୍ଚ୍ଚରୁ ମେ’ ହେବ ଅସମ୍ଭାଳ ଖରା । କଲବଲ ହେବେ ଲୋକେ। ଉଭୟ ଦିନ ଓ ରାତି ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବ । ମାର୍ଚ୍ଚରୁ ଆରମ୍ଭ ହୋଇଯିବ ଗ୍ରୀଷ୍ମ ଲହରୀ । ପାଣିପାଗ ବିଭାଗ ଏମିତି ପୂର୍ବାନୁମାନ ଦେଖାଇଛି । ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ସମ୍ଭାବ୍ୟ ପାଣିପାଗକୁ ନେଇ ଆଇଏମ୍‌ଡି ପୂର୍ବାନୁମାନ ଜାରି କରିଛି । ଏହି ଆକଳନ ଅନୁସାରେ ଦେଶର ଅଧିକାଂଶ ସ୍ଥାନରେ ମାର୍ଚ୍ଚ ମାସ ଓ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ।

ଗ୍ରୀଷ୍ମ ଲହରୀ ଦିନ ସଂଖ୍ୟା ବି ସ୍ୱାଭାବିକଠାରୁ ଅଧିକ ଲମ୍ବିବ । ଓଡ଼ିଶାରେ ବି ଏଭଳି ପ୍ରଚଣ୍ଡ ଗରମରୁ ତ୍ରାହି ମିଳିବ ନାହିଁ । ଆଇଏମ୍‌ଡି ଜାରି କରିଥିବା ସମ୍ଭାବ୍ୟ ପୂର୍ବାନୁମାନ ଚିତ୍ର ଅନୁସାରେ ମାର୍ଚ୍ଚରୁ ହିଁ ଗରମ ପ୍ରକୋପ ଓଡ଼ିଶାରେ ଦେଖାଯିବ । ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ସହ ରାତିରେ ବି ଗରମ ବଢ଼ିବ । ବିଶେଷ କରି ଉତ୍ତର-ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ଲହରୀ ଅନଭୂତ ହେବା ଆଶଙ୍କା ରହିଛି ।

ରାଜ୍ୟରେ ବର୍ତ୍ତମାନ ଖରା ପ୍ରକୋପ ବଢ଼ିବା ସହ ଗରମ ବଢ଼ିଛି । ରାଜ୍ୟର ୧୫ଟି ସ୍ଥାନରେ ଦିନ ତାପମାତ୍ରା ୩୫ ଡିଗ୍ରୀ ପାର୍‌ କରିଥିବାବେଳେ ସେଥିରୁ ୭ଟି ସହର ୩୬ ଡିଗ୍ରୀ ଉପରେ ଥିଲା । ଝାରସୁଗୁଡ଼ା ସର୍ବାଧିକ ୩୭ ଡିଗ୍ରୀ ରହିଛି । ସୁନ୍ଦରଗଡ଼ ୩୬.୯, ଭବାନୀପାଟଣା ୩୬, ସମ୍ବଲପୁର ୩୬.୪, ବଲାଙ୍ଗୀର ୩୬.୫, ଟିଟିଲାଗଡ଼ ୩୬.୫, ବୌଦ୍ଧ ୩୬.୫ ଡିଗ୍ରୀ ଛୁଇଁଥିଲା । ଉପକୂଳ ଓଡ଼ିଶାର ଭୁବନେଶ୍ୱର ଓ ଚାନ୍ଦବାଲିରେ ପାରଦ ୩୪ ଡିଗ୍ରୀ ଛୁଇଁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି