Masthead

ଆପଣ ଜାଣନ୍ତି କି ଯୁଗାର ଯାତ୍ରା କ’ଣ

ସୋହେଲା (ବଡ଼ ଖବର ବ୍ୟୁରୋ): ବରଗଡ ଜିଲ୍ଲା ସୋହେଲା ବ୍ଲକ କୁଚିପାଲିରେ ଦୀର୍ଘ ୩୬ବର୍ଷ ଧରି ମା’ କାଳୀଙ୍କ ଯୁଗାର ଯାତ୍ରା ହୋଇଆସୁଛି । ପୂଜା ସମୟରେ ଏଠାରେ ଶତାଧିକ ଭକ୍ତଙ୍କ ସମାଗମ ହେଉଥିଲା । ଚଳିତବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ସୀମିତ ସଂଖ୍ୟକ ଭକ୍ତ ମା’ଙ୍କ ଦର୍ଶନ କରିଛନ୍ତି ।

ପୂର୍ବରୁ ମା’କାଳୀଙ୍କ ନିକଟରେ ବଳି ପଡ଼ିବା ପ୍ରଥା ଚାଲିଆସୁଥିଲା । ବହୁତ ଦିନ ତଳର କଥା । ତକ୍ରାଳୀନ ସରପଞ୍ଚମା’ଙ୍କ ପୀଠରେ ବଳି ପ୍ରଥାକୁ ଉଚ୍ଛେଦ ପାଇଁ ନିଷ୍ପତ୍ତି ନେଇଥିଲେ । ଚାଷ ଓ ଚାଷୀଙ୍କ ଠାରୁ ଅମଳ ହେଉଥିବା ଧାନରୁ ଲିଆ କରି ଯୁଗାର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ଯୁଗାର ମା’ କାଳୀଙ୍କୁ ଭୋଗ ରୂପେ ସରପଞ୍ଚପ୍ରଥମେ ଅର୍ପଣ କରିଥିଲେ । ସ୍ଥାନୀୟ ଅଞ୍ଚଳର ଜଣେ ବୁଣାକାରଙ୍କର କୌଣସି ସନ୍ତାନ ନଥିଲେ । ସେ ମା’ଙ୍କ ନିକଟରେ ଯୁଗାର ଯାଚିଥିଲେ । ପରେ ତାଙ୍କର ସନ୍ତାନ ହୋଇଥିଲା । ସେହି ଦିନଠାରୁ ରାଜ୍ୟ ଓ ରାଜ୍ୟ ବାହାରୁ ଲୋକେ ମାନସିକ କରି କୁଚିପାଲିଠାରେ ହଜାର ହଜାର ସଂଖ୍ୟାରେ ଯୁଗାର ଅର୍ପଣ କରିଥାନ୍ତି ।

ଚଳିତ ବର୍ଷ ପାଳିତ ହୋଇଥିବା ଯୁଗାର ଯାତ୍ରାରେ ଭଟଲି ବିଧାୟକ ତଥା ମନ୍ତ୍ରୀ ସୁଶାନ୍ତ ସିଂ, ମେଲଛାମୁଣ୍ଡାର ପୂର୍ବତନ ବିଧାୟକ ମହମ୍ମଦ ରଫିକ, ବିଜେପିର ବରିଷ୍ଠ ନେତା ସୁଶାନ୍ତ ମିଶ୍ର ସାମିଲ ହୋଇ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ