Masthead

ଆସନ୍ତା ସପ୍ତାହରୁ ଶିଶୁଙ୍କ ‘କୋଭାକ୍ସିନ’ ଦ୍ୱିତୀୟ ଡୋଜ ପରୀକ୍ଷଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଶିଶୁଙ୍କ ‘କୋଭାକ୍ସିନ’ ଟିକାର ଦ୍ୱିତୀୟ ଡୋଜ ପରୀକ୍ଷଣ । ଦିଲ୍ଲୀ ଏମ୍‌ସରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ହୋଇଛି। ପରୀକ୍ଷଣ ଏମ୍‌ସ ସମେତ ଦେଶର ୬ଟି କେନ୍ଦ୍ରରେ ହେଉଛି । ତେବେ ଏହାର ଫଳାଫଳ ସେପ୍ଟେମ୍ବରରେ ହିଁ ଆସିପାରିବ ବୋଲି ଜଣାପଡ଼ିଚି। ଡ. ରଣଦୀପ ଗୁଲେରିଆ କହିଛନ୍ତି ଯେ ସେପ୍ଟେମ୍ବର ଶେଷ ସୁଦ୍ଧା ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ଟିକା ଉପଲବ୍ଧ ହୋଇପାରେ।

ଭାରତ ବାୟୋଟେକ ୨ ରୁ ୬ ବୟସର ଶିଶୁଙ୍କ ପାଇଁ ପ୍ରସ୍ତୁତ କରିଥିବା ‘କୋଭାକ୍ସିନ’ ଟିକାର ଦ୍ବିତୀୟ ଡୋଜ୍‌ର ପରୀକ୍ଷଣ ହୋବାକୁ ଯାଉଛି। କୋଭିଡ ମହାମାରୀର ତୃତୀୟ ଲହର ଆସିବା ପୂର୍ବରୁ ଭାରତରେ ଟିକାକରଣ ବାବଦ ସମସ୍ତ ଜରୁରୀ ପ୍ରକ୍ରିୟା ଶେଷ କରିବାକୁ ଏମ୍ସ ଲକ୍ଷ ରଖିଛନ୍ତି । ଅନ୍ୟପକ୍ଷେ ପୂର୍ବରୁ ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟକୁ ଦିଆଯାଇଥିବା ସୂଚନା ଅନୁସାରେ ଜାଇଡସ୍ କ୍ୟାଡିଲା ଏହାର ଡିଏନ୍ଏ ଆଧାରିତ କୋଭିଡ ଟିକା ‘ଜାଇକୋଭ୍-ଡି’ର ୧୨ ରୁ୧୮ ବୟସ ଶ୍ରେଣୀ ପାଇଁ କ୍ଲିନିକାଲ୍ ପରୀକ୍ଷା ଶେଷ କରିଛି। ଆଇନଗତ ମଂଜୁରି ମିଳିବା ପରେ ଏହା ଭବିଷ୍ୟତରେ ଉପଲବ୍ଧ ହୋଇପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ