Masthead

ବେଡ ନାହିଁ, ଅକ୍ସିଜେନ ନାହିଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଡରାଇଲାଣି କରୋନା । କରୋନାରେ କବଳରେ ଏବେ ସମଗ୍ର ବିଶ୍ୱ । ଟିକାର ଅଭାବକୁ ନେଇ ପ୍ରଥମେ ରାଜ୍ୟମାନେ ଅଭିଯୋଗ କରୁଥିଲେ । କିନ୍ତୁ ଏବେ ଡାକ୍ତରଖାନାରେ ବେଡ, ଔଷଧ ଏବଂ ଏପରିକି ଅକ୍ସିଜେନର ଅଭାବ ହାହା କାର ପରିସ୍ଥିତି ସୃଷ୍ଟି କଲାଣି । ଭୀଷଣ ରୂପ ନେଲାଣି କରୋନା । ରାଜ୍ୟ , ଦେଶ ଓ ବିଶ୍ୱରେ ସାଂଘାତିକ ରୂପ ଧାରଣା କରିବାରେ ଲାଗିଛି ଏହି ମାରାତ୍ମକ ଭୂତାଣୁ ।

ଅନ୍ୟପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେତିକି ମାତ୍ରାରେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା ମଧ୍ୟ ସେତିକି ବଢିବାରେ ଲାଗିଛି । ସବୁଠାରୁ ବଡ ଚିନ୍ତାର ବିଷୟ ପାଲଟିଛି କରୋନା ରୋଗୀମାନଙ୍କ ପାଇଁ ଚିକିତ୍ସା ସାମଗ୍ରୀର ଘୋର ଅଭାବ । ଟିକାର ଅଭାବକୁ ନେଇ ପ୍ରଥମେ ରାଜ୍ୟମାନେ ଅଭିଯୋଗ କରୁଥିଲେ । କିନ୍ତୁ ଏବେ ଡାକ୍ତରଖାନାରେ ବେଡ, ଔଷଧ ଏବଂ ଏପରିକି ଅକ୍ସିଜେନର ଅଭାବ ହାହା କାର ପରିସ୍ଥିିତି ସୃଷ୍ଟି କଲାଣି । ଗୁରୁତ୍ତର ରୋଗୀଙ୍କୁ ମେଡିକାଲରେ ବେଡ ମିଳୁନି । ଗୋଟିଏ ପରେ ଗୋଟିଏ ମେଡିକାଲ ବୁଲୁଛନ୍ତି ରୋଗୀ । କିନ୍ତୁ ନିରାଶ ଛଡା କିଛି ମିଳୁନି । ଏଥିରୁ ବାଦ ପଡୁନାହାନ୍ତି ନେତା ଏବଂ ଆଇଏଏସ ଅଧିକାରୀ ।

ଯେଉଁ ମାନଙ୍କୁ ବେଡ ମିଲୁଛି ସେମାନଙ୍କୁ ଅକ୍ସିଜେନମିଳୁନି । ମହାରାଷ୍ଟ୍ର , ଦିଲ୍ଲୀ, ୟୁପି, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ସ୍ଥିତି ଗମ୍ବୀର ହେବାରେ ଲାଗିଲାଣି । ମଧ୍ୟପ୍ରଦେଶରେ ଅକ୍ସିଜେନ ଅଭାବରେ ଗଲାଣି ୬ ଜଣଙ୍କ ପ୍ରାଣ । ଗୋଟିଏ ଶଯ୍ୟାରେ ପଡିରହିଛନ୍ତି ଏକାଧିକ ରୋଗୀ । କେବଳ ସେତିକି ନୁହେଁ ଶବ ସକ୍ରାର ପାଇଁ ବି ଲମ୍ବା ଲାଇନ ଲାଗୁଛି । ମହାରାଷ୍ଟ୍ର, ଦିଲ୍ଲୀ , ରାଜସ୍ଥାନ ଠାରୁ ଆରମ୍ଭ କରି ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ଅଧିକାଂଶ ରାଜ୍ୟରେ ଟିକା ବେଡ, ଏବଂ ଅକ୍ସିଜେନ ଆଦିର ଘୋର ଅଭାବ ଦେଖାଦେଇଛି । ଶ୍ମଶାନରେ ଶେଷକୃତ୍ୟ ପାଇଁ ଘଣ୍ଟା ଘଣ୍ଟା ଧରି ଶବକୁ ଅପେକ୍ଷା କରିବାକୁ ପଡୁଛି । ମଧ୍ୟପ୍ରଦେଶର ଏକ ସରକାରୀ ଡାକ୍ତରଖାନାରେ ମଧ୍ୟ ଗତକାଲି ରାତିରେ ଅକ୍ସିଜେନ ଅଭାବରୁ ୬ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ମହାରାଷ୍ଟ୍ର ଓ ଗୁଜୁରାଟରେ ମଧ୍ୟ ସମାନ ପରିସ୍ଥିତି । କରୋନାରେ ଆକ୍ରାନ୍ତ ପରେ ଚିକିତ୍ସା ପାଇଁ ଏବେ ବଢୁଛି ଚିନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ