Masthead

ବିସ୍ଥାପିତଙ୍କୁ ବିଜୁଳି ମନା

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଘର ପାଖରେ ବିଜୁଳିଖୁଣ୍ଟ, ତାର ବି ଟଣା ସରିଛି। କିନ୍ତୁ ଘରକୁ ମିଳିପାରୁନି ବିଜୁଳି । ବିପିଏଲ ପରିବାର ହୋଇଥିଲେ ମଧ୍ୟ ମିଳୁନି ବିଜୁଳି ସଂଯୋଗ। ଏ ହେଉଛି ସରକାରୀ ଯୋଜନାର ନଗ୍ନ ଚିତ୍ର। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତୋଟାପଡ଼ା ପଞ୍ଚାୟତ ଅନ୍ତର୍ଗତ ମାଣିପୁର ଗାଁରେ ।
ଆମେ କହୁଛୁ ମାଣିପୁର ଗାଁର ଅମୂଲ୍ୟ ଦାସ ଓ ଅଚ୍ଛୁତା ନନ୍ଦ ଦାସଙ୍କ କଥା। ଏହି ଦୁଇ ପରିବାର ଭଦ୍ରକ-ଧାମରା ରେଳପଥ ପାଇଁ ବିସ୍ଥାପିତ ହୋଇଛନ୍ତି । ଗାଁଠାରୁ କିଛି ଦୂରରେ ଘର କରି ରହୁଛନ୍ତି। ଧାନକ୍ଷେତ ପରିବେଷ୍ଟିତ ନିର୍ଜନ ଜାଗାରେ ଘର ହୋଇଥିବାରୁ ଜୀବଜନ୍ତୁଙ୍କ ଭୟ ଲାଗିରହିଛି । ସୂର୍ଯ୍ୟାସ୍ତ ପରେ ଘରେ ପଡ଼ୁଛି ତାଟି କବାଟ । ଡିବିରି ଆଲୁଅରେ ପିଲାମାନେ ପାଠ ପଢୁଛନ୍ତି । ସରକାରଙ୍କ ସୌଭାଗ୍ୟ ଯୋଜନା ଅନୁଯାୟୀ ସେମାନଙ୍କ ଘର ପାଖରେ ପୋତା ଯାଇଥିବା ଖୁଣ୍ଟରେ ବିଦ୍ୟୁତ ସଂଯୋଗ ହୋଇସାରିଛି, ମାତ୍ର ଘରକୁ ସଂଯୋଗ କରାଇ ଦେଉନାହାନ୍ତି ଗ୍ରାମବାସୀ। ‘ଆମର ଛୋଟ ଟ୍ରାନ୍ସଫର୍ମର, ବଡ଼ ଆସିଲେ ତୁମେ ନେବ’ କହି ଗ୍ରାମବାସୀ ସଂଯୋଗ କରାଇ ଦେଉନାହାନ୍ତି । ସରକାରଙ୍କ ତରଫରୁ ମିଳିଥିବା କିଟ୍ ଫେରାଇ ନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦୁଇ ପରିବାର।
ଏ ବିଷୟରେ ଦୁଇ ପରିବାର, ଜେଇ, ଏସଡିଓ ଏବଂ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି । କିନ୍ତୁ କିଛି ସୁଫଳ ମିଳିପାରି ନାହିଁ । ଏଠାରେ ପ୍ରଶ୍ନ ଉଠୁଛି ଏବେ ବି ସରକାରୀ ଯୋଜନା କ’ଣ ମୁଷ୍ଟିମେୟଙ୍କ ହାତରେ? କାହିଁକି ସବୁ ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜିଛନ୍ତି ସରକାରୀ ବାବୁମାନେ ? ଏମିତି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ