Masthead

ରାଜ୍ୟରେ ବନ୍ୟା ହୋଇନି: ଇଆଇସି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଜଳ ସପଂଦ ବିଭାଗର ସୂଚନା । ଏବେ ରାଜ୍ୟରେ ବର୍ଷା ନାହିଁ, ଗତ ୨୪ ଘଣ୍ଟା ତଳେ ଯାହା ବର୍ଷା ହୋଇଥିଲା, ତାହା ଏବେ ତଳ ମୁଣ୍ଡକୁ ଡିସଚାର୍ଜ ହେଉଛି । ଯେଉଁ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା, ତାହା ସ୍ଥିର ହୋଇ କମିବାରେ ଲାଗିଛି । ଜଳକା ନଦୀର ତଳ ଏରିଆ ପାଇଁ ବିପଦ ସଂକେତ ପାଖରେ ରହୁଛି । ଏଥିପାଇଁ ତଳିଆ ଅଂଚଳରେ ଜଳବନ୍ଦୀ ରହୁଛି । ରାଜ୍ୟରେ ବନ୍ୟା କେଉଁଠି ବି ହୋଇ ନାହିଁ ।

ହୀରାକୁଦରେ ଗତକାଲି ୬, ଆଜି ୬ଟି ଗେଟ୍ ଖୋଲିଛି । ଉପର ମୁଣ୍ଡରେ ବର୍ଷା ହୋଇଛି , ତେଣୁ ଜଳ ପ୍ରବେଶ କରୁଛି । ଏବେ ହୀରାକୁଦ ଜଳସ୍ତର ୬୨୮. ୦୩ ଫୁଟ ରହୁଛି । ଉପର ମୁଣ୍ଡର ପାଣି ସ୍ଥିତି ନେଇ ଗେଟ୍ ଖୋଲା ଯାଉଛି । ଯଦି ଅଧିକ ପାଣି ଆସେ, ତାହେଲେ ଅଧିକ ଗେଟ୍ ଖୋଲାଯିବ । ଏବେ ୨ ଲକ୍ଷ ୯୮ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ, ୧ ଲକ୍ଷ ୨୬ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଆସନ୍ତା ୧୬ ତାରିଖରେ ହେବାକୁ ଥିବା ଲଘୁଚାପ ବର୍ଷା ଅନୁସାରେ ଉତ୍ତର ଓଡିଶାରେ ବର୍ଷା ହେବ ।

ସେତେବେଳକୁ ବୈତରଣୀ ସ୍ଥିତି ସୁଧୁରି ଯାଇଥିବ, ବ୍ରାହ୍ମଣୀ ଏବେ ଭଲ ସ୍ଥିତିରେ ଅଛି । ଯଦି ବର୍ଷା ହୁଏ କେବଳ ହୀରାକୁଦରେ ଜଳ ପ୍ରବେଶ କରିବ । ମୁଣ୍ଡଳୀରେ ଗତକାଲି ୫ ଲକ୍ଷ ୫୪ ହଜାର ଜଳ ପ୍ରବେଶ କରୁଥିବା ବେଳେ ୬ ଲକ୍ଷ ୪୦ ହଜାର ଏବେ ନିଷ୍କାସନ ଚାଲିଛି । ରାଜ୍ୟର ଗୋଟିଏ ସ୍ଥାନରେ ଛୋଟ ଘାଇ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ