Masthead

କରୋନା ଟେଷ୍ଟିଂ ପାଇଁ ଆଉ ଲଗାଇବାକୁ ପଡ଼ିବନି ଲମ୍ବା ଲାଇନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କୋରୋନା ମହାମାରୀର ସଙ୍କଟ ମଧ୍ୟରେ ଟେଷ୍ଟିଂ ପାଇଁ ଆଉ ଲଗାଇବାକୁ ପଡିବନି ଲମ୍ବା ଲାଇନ । ବର୍ତ୍ତମାନ ଆପଣ ନିଜେ ଘରେ ବସି କୋଭିଡ-୧୯ ପରୀକ୍ଷା କରିପାରିବେ । କୋଭିଡ ପାଇଁ ଆଇସିଏମଆର ଏକ ଘରୋଇ ଆଧାରିତ ପରୀକ୍ଷଣ କିଟ୍ ଅନୁମୋଦନ କରିଛି । ଏଥିରେ ଆପଣ ରାପିଡ ଆଣ୍ଟିଜେନ ଟେଷ୍ଟ କରିପାରିବେ । ଆଇସିଏମଆର ବ୍ୟତୀତ ବଜାରରେ ଘରୋଇ ପରୀକ୍ଷଣ କିଟ ବିକ୍ରିକୁ ଡିସିଜିଆଇ ମଧ୍ୟ ଅନୁମୋଦନ କରିଛି । ଏହି ପରୀକ୍ଷଣ କିଟ ବଜାରରେ ଉପଲବ୍ଧ ପାଇଁ କିଛି ସମୟ ଲାଗିବ ।

ଘରୋଇ ପରୀକ୍ଷଣ କିଟ ଆଇସିଏମଆର ଅନୁମୋଦନ କରିବା ପରେ କୋରୋନା ପରୀକ୍ଷା କରିବା ବର୍ତ୍ତମାନ ସହଜ ହେବ। ବର୍ତ୍ତମାନ ଭାରତରେ କେବଳ ଗୋଟିଏ କମ୍ପାନୀ ମାଇ ଲ୍ୟାବ ଡିସକୋଭରି ସଲ୍ୟୁସନ୍ ଲିମିଟେଡକୁ ନିର୍ମାଣ ପାଇଁ ଅନୁମୋଦନ କରାଯାଇଛି । ହୋମ୍ ଟେଷ୍ଟିଂ ମୋବାଇଲ୍ ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋର ଓ ଆପେଲ୍ ଷ୍ଟୋରରେ ଉପଲବ୍ଧ । ଏହାକୁ ସମସ୍ତ ୟୁଜର୍ସ ଡାଉନଲୋଡ୍ କରିପାରିବେ । ଏହି ଆପର ନାଁ ମାଇ ଲ୍ୟାବ କୋଭିସେଲ୍ଫ । ତେବେ ବର୍ତ୍ତମାନ ଆଣ୍ଟିଜେନ୍ ଓ ଆରଟି-ପିସିଆର୍ ଟେଷ୍ଟ କରାଯାଉଛି । ଆଣ୍ଟିଜେନର ରିପୋର୍ଟ ତୁରନ୍ତ ଦିଆଯାଉଥିବା ବେଳେ ଆରଟି-ପିସିଆର ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ଦିଆଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ