Masthead

ହସ୍ପିଟାଲରେ ଶିଶୁର ମୃତଦେହ ଧରି ବୁଲିଲା କୁକୁର

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ):  ହସ୍ପିଟାଲରେ କୁକୁର, ଆଉ କୁକୁର ମୁହଁରେ ଶିଶୁର ମୃତ ଦେହ । ଆଜି ଏଭଳି ଏକ ଦୃଶ୍ୟ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଦେଖିବାକୁ ମିଳିଛି । କୁକୁର ମେଡିକାଲ ପରିସର ଭିତରେ ଶିଶୁର ମୃତଦେହ ଧରି ବୁଲୁଥିଲା ।

ସୂଚନା ଅନୁଯାୟୀ ଆଜି ଏକ ବୁଲା କୁକୁର କଅଁଳା ଶିଶୁର ମୃତଦେହକୁ ଧରି ହସ୍ପିଟାଲ ପରିସରରେ ଘୂରି ବୁଲୁଥିଲା । ତେବେ ଏହି ଦୃଶ୍ୟ ଦେଖି ମେଡିକାଲ ଆସୁଥିବା ରୋଗୀ ପାଣ୍ଟିତୁଣ୍ଡ କରିବା ଆରମ୍ଭ କରିଥିଲେ । କୁକୁରକୁ ଘଉଡାଇବା ପାଇଁ ଅନେକ ଚେଷ୍ଟା ମଧ୍ୟ କରିଥିଲେ । ଶେଷରେ କୁକୁରଟି ହସପିଟାଲ ପରିସରରେ ଥିବା ଏଟିଏମ ବାହାରେ ଶିଶୁର ଖଣ୍ଡବିଖଣ୍ଡିତ ମୃତଦେହକୁ ପକାଇ ଦେଇ ଚାଲିଯାଇଥିଲା ।

କୁକୁର ଧରି ବୁଲୁଥିବା ମୃତ ଶିଶୁର ପରିଚୟ ଏ ଯାଏଁ ମିଳି ନାହିଁ । ଶିଶୁର ପରିବାର ଲୋକେ ଶିଶୁର ମୃତ ଦେହକୁ ସତ୍କାର ନ କରି ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗି ଦେଇ ଚାଲି ଯାଇଛନ୍ତି ବୋଲି ଅନୁମାନ କରାଯାଉଛି । ତେବେ କିଏ ଓ କାହିଁକି ଏଭଳି ଅବସ୍ଥାରେ ଶିଶୁର ମୃତ ଦେହକୁ ଫିଙ୍ଗି ଦେଇ ଚାଲି ଯାଇଛି ତାହା ଜଣା ପଡିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା