Masthead

ଏଥର ଝାମୁ ଯାତ୍ରାକୁ ନା

କାକଟପୁର (ବଡ଼ ଖବର ବ୍ୟୁରୋ): କରୋନାର ଦ୍ଵିତୀୟ ଲହର ଯୋଗୁଁ ରାଜ୍ୟର ବିଭିନ୍ନ ଦେବୀପୀଠରେ ଆରମ୍ଭ ହେବାକୁ ଥିବା ଯାତ୍ରା ଉପରେ ସରକାରଙ୍କ ଅଙ୍କୁଶ ଲାଗିଲାଣି। ଚଳିତ ବର୍ଷ ଝାମୁଯାତ୍ରା ପାଇଁ ମା ମଙ୍ଗଳା ପୀଠରେ ଲାଗିଲା କୋଭିଡ କଟକଣା । ଆଜି କାକଟପୁରସ୍ଥିତ ଡାକବଙ୍ଗଳାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଝାମୁଯାତ୍ରା ହେବ କି ନାହିଁ ସେ ବିଷୟରେ ଆଲୋଚନା ହୋଇଥିଲା । ବୈଠକରେ କାକଟପୁର ଥାନା ଅଧିକାରୀ, କାକଟପୁର ତହସିଲଦାରଙ୍କ ସମେତ ସେବାୟତ ବୃନ୍ଦଙ୍କ ମଧ୍ୟରେ ଏହି ବିଷୟରେ ଆଲୋକପାତ କରାଯାଇଥିଲା ।

କିନ୍ତୁ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଚୈତ୍ର ମାସର ଝାମୁଯାତ୍ରା ଦର୍ଶନ ବନ୍ଦ କଟକଣାକୁ ନେଇ ମଧ୍ୟ ଶ୍ରଦ୍ଧାଳୁ ମାନଙ୍କ ଆଶା ଆଶାରେ ରହିଯାଇଛି । ଯାହାନେଇ ଭକ୍ତମାନେ ତାଙ୍କ ମନର କ୍ଷୋଭ ପ୍ରକାଶ କରିଛନ୍ତି । ସରକାରଙ୍କ ଦଳୀୟ କାର୍ଯ୍ୟକ୍ରମକୁ ଗ୍ରୀନ ସିଗନାଲ ମିଳୁଥିବାବେଳେ ସାଧାରଣ ଭକ୍ତଙ୍କ ଆନୁଷ୍ଠାନିକ କାର୍ଯ୍ୟକୁ ବାରଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ଆସନ୍ତା ମଙ୍ଗଳବାରକୁ ଆଉ ମାତ୍ର ୪ ଦିନ ବାକି ଥିବାବେଳେ ପ୍ରସାଶନର ତତ୍ପରତା ପ୍ରକାଶ ପାଇଛି ।

ଏହି ଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତମାନଙ୍କ ସମାଙ୍ଗମ ହୁଏ । ଏହାର କିପରି ମୁକାବିଲା କରିବେ ତାକୁନେଇ କାକଟପୁର ପୋଲିସ ତାର ପ୍ରସ୍ତୁତି ଜାରି ରଖିବା ସହିତ ଆବଶ୍ୟକ ସ୍ଥଳେ ୧୪୪ଧାରା ଲାଗିବ ବୋଲି ସୂଚନା ମିଳିଛି । ତହସିଲଦାରଙ୍କ ସୂଚନା ଅନୁଯାୟୀ କେବଳ ପ୍ରତ୍ୟକ ମଙ୍ଗଳବାର ମା’ଙ୍କ ଦର୍ଶନରେ କଟକଣା ରହିବ ,ବାକି ଦିନରେ ସ୍ଥିତ ସ୍ୱଭାବିକ ରହିବ । ଏଥିସହ ମଙ୍ଗଳବାର ଦିନ କେବଳ ସେବାୟତ ଓ ପଣ୍ତାମାନଙ୍କୁ ନେଇ ମା’ଙ୍କ ନୀତିକାନ୍ତି କରାଯିବା ସହ ସମସ୍ତ କରୋନା ନିୟମ ମାନିବାକୁ ପରାମର୍ଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ