ଖାଲି ମଣିଷ ନୁହେଁ ବଣ୍ୟଜନ୍ତୁକୁ ବି ମାରିଛି କରମଣ୍ଡଳ

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ୨୦୧୨ ଜାନୁୟାରୀ ୧୪ ଓ ୨୦୧୫ ଏପ୍ରିଲ ୧୮ରେ କରମଣ୍ଡଳରେ ଘଟିଥିଲା ଦୁର୍ଘଟଣା । ବଗିରେ ଲାଗିଥିଲା ରିପୋର୍ଟ । କ୍ଷୟକ୍ଷତି ତ ହୋଇଥିବ! ଉାତ୍ର ରେଳବାଇ ବିଭାଗ ସଫେଇ ଦେଇଥିଲା କିଛି ହୋଇନାହିଁ । କ୍ଷତିଗ୍ରସ୍ତ ଯାତ୍ରୀ, ବିପନ୍ନ ଯାତ୍ରୀ ନିରବ ରହିବାକୁ ବାଧ୍ୟ ହୋଇଥିଲେ । ୨୦୧୨ ଡିସେମ୍ବର ୩୦ ।

ବ୍ରହ୍ମପୁର ଷ୍ଟେସନ ଛାଡିଥିଲା କରମଣ୍ଡଳ । ୧୩୦ କିଲୋମିଟର ବେଗରେ ଉଡିଆସୁଥିଲା କରମଣ୍ଡଳ । ପାର ହେଲା ଛତ୍ରପୁର । ହୁମ୍ମା । ରମ୍ଭା ଷ୍ଟେସନ୍ ଆସିବା ପୂର୍ବରୁ ରେଳଧାରଣା ପାର ହେଉଥିବା ୬ହାତୀଙ୍କୁ ଦେଇଥିଲା ଧକ୍କା । କରମଣ୍ଡଳ ଧକ୍କାରେ ଗୋଟି ଗୋଟି ହୋଇ ୬ହାତୀଙ୍କ ଜୀବନ ଯାଇଥିଲା ।

ରେଳଧାରଣା ଓ ରେଳଧାରଣା ବାହାରେ ପଡିଥିଲା ହାତୀଙ୍କ ମୃତଦେହ । ଏହି ଘଟଣା ବିଜୁଳିବେଗରେ ବ୍ୟାପୀଗଲା । ଆଗକୁ ଆସିଲା ବନ ବିଭାଗ । ରେଳବାଇ ଓ ବନ ବିଭାଗ ହେଲେ ମୁହାଁମୁହିଁ । ହାତୀ କରିଡରରେ କରମଣ୍ଡଳ ମନ୍ଥରଗତିରେ ଚାଲିବ ବୋଲି ସ୍ଥିର ହୋଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ