Masthead

ଦୋଷ ନମାନି ହାକିମାତି

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ), ୧୧/୧୦: ଭୁବନେଶ୍ୱର ସାଂସଦ ଅପରାଜିତ ଷଢ଼ଙ୍ଗୀଙ୍କ କାର୍ଯ୍ୟ ଓ ମନ୍ତବ୍ୟକୁ ନେଇ ସବୁଠି ଚର୍ଚ୍ଚା । ଜଣେ ଦକ୍ଷ ପ୍ରଶାସିକାରୁ ରାଜନେତା ପାଲଟିଥିବା ଅପରାଜିତା ଜଣେ ବିଜ୍ଞ ମହିଳା ବୋଲି ଅନେକେ ମାନନ୍ତି । ହେଲେ ଏବେ ତାଙ୍କ କାମ ଓ କଥା ଦେଖି ସବୁଠି ଉଠିଲାଣି ପ୍ରଶ୍ନ ।

କୋଭିଡ ସମୟରେ ଗତ କିଛିଦିନ ଧରି କାମକୁ ନେଇ ଅପରାଜିତାଙ୍କୁ ପସନ୍ଦ କରୁଥିବା ଲୋକେ କହିଲେଣି ‘ଅପରାଜିତାଙ୍କ ମୁହଁ ଟାଣ’ । ନିଜେ ତ ଦୋଷ କରିଛନ୍ତି । ନିଜ ଦୋଷ ନମାନି ହାକିମାତି ଦେଖାଉଛନ୍ତି । ତାଙ୍କ କାମକୁ ଦେଖିଲେ ଏକଥା ଅସତ୍ୟ ବୋଲି ବି କେହି କହୁନାହାନ୍ତି ।

କୋଭିଡ କଟକଣା ବା ନିୟମକୁ ବିଜେଡିର ନେତା, ବିଧାୟକ ଓ ମନ୍ତ୍ରୀମାନେ ଭାଙ୍ଗୁଛନ୍ତି । ଦଳୀୟ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସଭା ସମିତି ଓ ସ୍ୱର୍ଗଦ୍ୱାରରେ ବି ଭାଙ୍ଗିଛନ୍ତି । ଏକଥା ଶନିବାର ଅପରାଜିତା କହିଛନ୍ତି । ଫଟୋ ଓ ଭିଡିଓ ଫୁଟେଜର ପ୍ରମାଣ ବି ଦେଖାଇଛନ୍ତି । ଏହି ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ବି ପ୍ରଶ୍ନ କରିଛନ୍ତି ।

ଅପରାଜିତାଙ୍କ ଦାବି ସ୍ୱାଗତ ଯୋଗ୍ୟ । ବିଜେଡି ନେତାଙ୍କ ମନମୂଖୀ କାର୍ଯ୍ୟକୁ ସେ ପଦାକୁ ଆଣି ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ବିଜେଡିର ମନମାନୀକୁ ସେ ମୁକାବିଲା କରିବାକୁ ସାହସ ଦେଖାଇଛନ୍ତି । ତେବେ ତାଙ୍କର ଏହି କାର୍ଯ୍ୟକୁ ସ୍ୱାଗତ ଅପେକ୍ଷା ଆକ୍ଷେପ କରାଯାଉଛି ।

ପ୍ରଶ୍ନ ଉଠୁଛି ଅପରାଜିତା ନିଜେ ଠିକ୍ ତ? ଗୋଟିଏ କି ଦୁଇଟି ନୁହେଁ, ବହୁ ସ୍ଥାନରେ ଅପରାଜିତା କୋଭିଡ କଟକଣାକୁ ଭାଙ୍ଗିଛନ୍ତି । କେବଳ ସେ ପାଟି ତଳକୁ ମାସ୍କ ପିନ୍ଧିଦେଲେ ନିୟମର ପାଳନ ବୋଲି ଧରାଯିବ ନାହିଁ । ସେ ଓ ତାଙ୍କ ସମର୍ଥକମାନେ ଉପଯୁକ୍ତ ଭାବେ ମାସ୍କ ପିନ୍ଧୁନଥିବା ଅନେକ ପ୍ରମାଣ ରହିଛି ।

ଅପରାଜିତା ଓ ତାଙ୍କ ସମର୍ଥକଙ୍କ କ୍ଷେତ୍ରରେ ସାମାଜିକ ଦୂରତ୍ୱ ପାଳନ କରିବା ପଶ୍ଚିମ ଦିଗରେ ସୂର୍ଯେ୍ୟାଦ୍ୱୟ ଭଳି କଥା । ତାଙ୍କର ପ୍ରତିଟି ଶୋଭାଯାତ୍ରା ହେଉ କି ଶ୍ରୀମନ୍ଦିର ଦର୍ଶନ ବା ଜନ୍ମଦିନ ଭୋଜି, ସାମାଜିକ ଦୂରତ୍ୱ ଆଦୌ ରଖିନାହାନ୍ତି । ଯାହା ଅପରାଧ । ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଛନ୍ତି ‘ଦୋ ଗଜ୍ କି ଦୂରୀ ବନାଏ ରଖୋ’ । ମାତ୍ର ଅପରାଜିତା ସମର୍ଥକଙ୍କ ଠାରୁ ଦୋ ଗଜ୍ ତ ଦୂରର କଥା ଲଗାଲଗି ହୋଇ ରହୁଛନ୍ତି ।

କଟକଣାକୁ ବାରମ୍ବାର ଏପରି ଭାଙ୍ଗୁଥିବା ଅପରାଜିତାଙ୍କୁ ଅନେକେ ଅଭ୍ୟାଗତ ଉଲ୍ଲଙ୍ଘନକାରୀ ବୋଲି ଦର୍ଶାଉଛନ୍ତି । ନିଜର ଭୂଲକୁ ମାନିବା ପରେ ବିଜେଡିର ଭୂଲକୁ ଦେଖାଇଥିଲେ ତାଙ୍କ ଅଭିଯୋଗ ଆଦୃତ ହୋଇଥାନ୍ତା । ତାଙ୍କର ଗାରିମା ବି ବୃଦ୍ଧି ହୋଇଥାନ୍ତା । ମାତ୍ର ତାହା ନକରି ତାଙ୍କ ଭୁଲକୁ ଧରାଯିବା ପରେ ବିଳବିଳେଇ ଉଠିଛନ୍ତି ଅପରାଜିତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’