Masthead

ରାଜସ୍ଥାନକୁ ଜିତାଇଲେ ତେୱାଟିଆ-ପରାଗ

ଦୁବାଇ, ( ବଡ଼ ଖବର ବ୍ୟୁରୋ) : ଆଇପିଏଲର ତ୍ରୟୋଦଶ ସିଜନର ୨୬ତମ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ (ଆରଆର) ନାମରେ ନାମିତ ହୋଇଛି । ରାଜସ୍ଥାନ ସନରାଇଜର୍ସ ହାଇଦ୍ରାବାଦକୁ ୫ ୱିକେଟରେ ପରାସ୍ତ କରିଛି। ରୟାଲ୍ସ ଦଳ ୧୯.୫ ଓଭରରେ ୫ ୱିକେଟ) ହରାଇ ଜିତିବାର ସକ୍ଷମ ହୋଇଛି । ରାହୁଲ ତେୱାଟିଆ ଏବଂ ରିଆନ୍ ପାରାଗଙ୍କ ଯୋଡି ମ୍ୟାଚକୁ ହାଇଦ୍ରାବାଦ ହାତରୁ ଛଡାଇ ନେଇଥିଲେ ।ଏହି ବିଜୟ ସହ ରାଜସ୍ଥାନ ସାତଟି ମ୍ୟାଚରୁ ତିନୋଟ ବିଜୟ ସହ ପଏଣ୍ଟେ ଟେବୁଲରେ ଷଷ୍ଠ ସ୍ଥାନରେ ଥିବାବେଳେ ହାଇଦ୍ରାବାଦ ସାତଟି ମ୍ୟାଚରୁ ତିନୋଟ ବିଜୟ ସହ ପଞ୍ଚମ ସ୍ଥାନରେ ରହିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ମନୀଷ ପାଣ୍ଡେଙ୍କ ୫୪ ରନ ଓ ଅଧିନାୟକ ଡେଭିଡ ୱାର୍ଣ୍ଣରଙ୍କ ୪୮ ରନ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୧୫୮ ରନ କରିପାରିଥିଲା । ରାଜସ୍ଥାନ ପକ୍ଷରୁ ଜେଫ୍ରା ଆର୍ଚର , କାର୍ତ୍ତିକ ତ୍ୟାଗୀ ଓ ଜୟଦେବ ଉନ୍ଦାକତ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
୧୫୯ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ରାଜସ୍ଥାନ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯୟର ଶିକାର ହୋଇଥିଲେ । ୭୮ ରନରେ ୫ ସଂକଟରେ ଥିଲା ରାଜସ୍ଥାନ । ପରେ ଅଲରାଉଣ୍ଡର ରାହୁଲ ତେୱାଟିଆ ଓ ଯୁବ ବ୍ୟାଟ୍ସ ମ୍ୟାନ ରିଆନ ପରାଗ ଚମତ୍କାର ବ୍ୟାଟିଂ କରି ଦଳକୁ ବିଜୟ ଭେଟି ଦେଇଥିଲେ । ତେୱାଟିଆ ୨୮ବଲରୁ ୪୫ ରନ ଏବଂ ରିଆନ ପରାଗ ୨୬ ବଲରୁ ୪୨ ରନର ଦ୍ରୁତ ଇନିଂସ୍ ଖେଳିଥିଲେ । ଫଳରେ ରାଜସ୍ଥାନ ୧୯.୫ ଓଭରରେ ୫ ୱିକେଟ ହରାଇ ମ୍ୟାଚକୁ ଜିତି ନେଇଥିଲେ । ହାଇଦ୍ରାବାଦ ପକ୍ଷରୁ ରସିଦ ଖାନ ଓ ଖଲିଲ ଅହମ୍ମଦ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା