ରାଜସ୍ଥାନକୁ ଜିତାଇଲେ ତେୱାଟିଆ-ପରାଗ

ଦୁବାଇ, ( ବଡ଼ ଖବର ବ୍ୟୁରୋ) : ଆଇପିଏଲର ତ୍ରୟୋଦଶ ସିଜନର ୨୬ତମ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ (ଆରଆର) ନାମରେ ନାମିତ ହୋଇଛି । ରାଜସ୍ଥାନ ସନରାଇଜର୍ସ ହାଇଦ୍ରାବାଦକୁ ୫ ୱିକେଟରେ ପରାସ୍ତ କରିଛି। ରୟାଲ୍ସ ଦଳ ୧୯.୫ ଓଭରରେ ୫ ୱିକେଟ) ହରାଇ ଜିତିବାର ସକ୍ଷମ ହୋଇଛି । ରାହୁଲ ତେୱାଟିଆ ଏବଂ ରିଆନ୍ ପାରାଗଙ୍କ ଯୋଡି ମ୍ୟାଚକୁ ହାଇଦ୍ରାବାଦ ହାତରୁ ଛଡାଇ ନେଇଥିଲେ ।ଏହି ବିଜୟ ସହ ରାଜସ୍ଥାନ ସାତଟି ମ୍ୟାଚରୁ ତିନୋଟ ବିଜୟ ସହ ପଏଣ୍ଟେ ଟେବୁଲରେ ଷଷ୍ଠ ସ୍ଥାନରେ ଥିବାବେଳେ ହାଇଦ୍ରାବାଦ ସାତଟି ମ୍ୟାଚରୁ ତିନୋଟ ବିଜୟ ସହ ପଞ୍ଚମ ସ୍ଥାନରେ ରହିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ମନୀଷ ପାଣ୍ଡେଙ୍କ ୫୪ ରନ ଓ ଅଧିନାୟକ ଡେଭିଡ ୱାର୍ଣ୍ଣରଙ୍କ ୪୮ ରନ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୧୫୮ ରନ କରିପାରିଥିଲା । ରାଜସ୍ଥାନ ପକ୍ଷରୁ ଜେଫ୍ରା ଆର୍ଚର , କାର୍ତ୍ତିକ ତ୍ୟାଗୀ ଓ ଜୟଦେବ ଉନ୍ଦାକତ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
୧୫୯ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ରାଜସ୍ଥାନ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯୟର ଶିକାର ହୋଇଥିଲେ । ୭୮ ରନରେ ୫ ସଂକଟରେ ଥିଲା ରାଜସ୍ଥାନ । ପରେ ଅଲରାଉଣ୍ଡର ରାହୁଲ ତେୱାଟିଆ ଓ ଯୁବ ବ୍ୟାଟ୍ସ ମ୍ୟାନ ରିଆନ ପରାଗ ଚମତ୍କାର ବ୍ୟାଟିଂ କରି ଦଳକୁ ବିଜୟ ଭେଟି ଦେଇଥିଲେ । ତେୱାଟିଆ ୨୮ବଲରୁ ୪୫ ରନ ଏବଂ ରିଆନ ପରାଗ ୨୬ ବଲରୁ ୪୨ ରନର ଦ୍ରୁତ ଇନିଂସ୍ ଖେଳିଥିଲେ । ଫଳରେ ରାଜସ୍ଥାନ ୧୯.୫ ଓଭରରେ ୫ ୱିକେଟ ହରାଇ ମ୍ୟାଚକୁ ଜିତି ନେଇଥିଲେ । ହାଇଦ୍ରାବାଦ ପକ୍ଷରୁ ରସିଦ ଖାନ ଓ ଖଲିଲ ଅହମ୍ମଦ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’