Masthead

ଆଜି ସରିବ ରଜ ମଉଜ, ପୁଣି ଆର ବରଷକୁ ଅପେକ୍ଷା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ସଂସ୍କୃତି ଓ ପରମ୍ପରାର ପର୍ବ ରଜ । ଆଜି ରଜର ତୃତୀୟ ଦିନ ବା ଶେଷ ଦିନ । ଆଜି ରାଜ୍ୟବାସୀ ପାଳୁଛନ୍ତି ଶେଷ ରଜ । ପୂର୍ବ ଦୁଇ ଦିନ ଭଳି ଆଜି ବି ରଜକୁ ଧୁମଧାମରେ ସମସ୍ତେ ପାଳନ କରୁଛନ୍ତି । ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ମଉଜ ହିଁ ମଉଜ । କିଶୋରୀ ଓ ଯୁବତୀମାନେ ରଜ ପର୍ବର ମଜା ଉଠାଉଛନ୍ତି ।  ଏହି ତିନିଦିଆ ପର୍ବର ଆଜି ଅନ୍ତିମ ଦିନ ବା ଶେଷ ରଜ । ଆଜି ରଜ ଉତ୍ସବ ସରିବା ପରେ ଆସନ୍ତାକାଲି ବସୁମତୀ ସ୍ନାନ ପରମ୍ପରା ରହିଛି। ବର୍ଷରେ ଏହି ପର୍ବ ପାଳନ ପାଇଁ ଚାହିଁ ବସିଥିବା ରାଜ୍ୟବାସୀ ଶେଷ ରଜକୁ ମଧ୍ୟ ଧୁମଧାମରେ ପାଳନ କରିଛନ୍ତି ।

ପହିଲି ରଜକୁ ଉପଭୋଗ କରିବା ସହ ରଜ ସଂକ୍ରାନ୍ତିର ମହୋଲ ମଧ୍ୟ ବେଶ ଜମିଥିଲା । ଆଜି ଶେଷ ରଜର ସକାଳକୁ ଉତ୍ସାହ ଓ ଉଦ୍ଦୀପନାରେ ସହ ସଭିଏଁ ସ୍ବାଗତ କରିଛନ୍ତି । ପୂର୍ବ ଦୁଇଦିନ ପରି ସମାନ ଭାବରେ ଗାଁ ଗଣ୍ଡା ଚଳଚଞ୍ଚଳ ହୋଇଛି । ତରୁଣୀମାନେ ସଜବାଜ ହୋଇ ଶେଷ ରଜକୁ ପାଳନ କରିଛନ୍ତି । ମାଟି ଓ ମୌସୁମୀର ମିଳନ ପର୍ବ ହେଉଛି ରଜ । ଆଷାଢ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା’ ରଜସ୍ବଳା ହୁଅନ୍ତି । ଏହି ତିନିଦିନ ଚଷା ପୁଅ କୌଣସି ଚାଷ କାମ କରନ୍ତି ନାହିଁ । ଧରିତ୍ରୀ ମାତାକୁ ବିଶ୍ରାମ ଦିଆଯାଏ । ସମସ୍ତ କୃଷି କାର୍ଯ୍ୟରୁ ବିରତି ନେଇ ଆନନ୍ଦଉଲ୍ଲାସରେ ମାତି ଯାଇଛନ୍ତି କୃଷକ ଭାଇ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼