Masthead

ପାଣି ଅଛି, କିନ୍ତୁ ମାଟି ଫାଟିଛି, ଚାଷୀର ଭାଗ୍ୟବି ଫାଟିଛି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଏବେ ଦେଖା ଦେଇଛି ନିଅଣ୍ଟିଆ ବର୍ଷା । ଯେଉଁ ଲଘୁଚାପ ସୃଷ୍ଟି ହୋଇଛି ତଥାପି ସେଥିରେ ଚାଷ କାର୍ୟ୍ୟ ହୋଇପାରି ନାହିଁ । ପ୍ରାୟ ୩୦ ଟି ଜିଲ୍ଲାରେ ଏବେ ମରୁଡି ଦେଖିବାକୁ ମିଳୁଛି । ଏହାକୁ ନେଇ ଚିନ୍ତାରେ ଚାଷୀ । ଯେଉଁ ସବୁ ଜିଲ୍ଲାରେ କେନାଲର ସୁବିଧା ରହିଛି, ସେହି ସ୍ଥାନମାନଙ୍କରେ ଆଂଶିକ ଧାନ ଚାଷ ବେଉଷଣ ହୋଇଛି । ପ୍ରାୟତଃ ଓଡ଼ିଶାରେ ଚାଷୀମାନେ ବର୍ଷାକୁ ନିର୍ଭର କରି ଚାଷ କାମ ଆରମ୍ଭ କରିଥାନ୍ତି ।

କିନ୍ତୁ ଚଳିତ ବର୍ଷ ଅଧିକ ଲଘୁଚାପ ସୃଷ୍ଟି ହୋଇଥିଲେ ମଧ୍ୟ ନିଅଣ୍ଟିଆ ବର୍ଷା ଯୋଗୁଁ ରାଜ୍ୟରେ ମରୁଡି ଦେଖା ଦେଲାଣି । ବିଲବାଡିରେ ଗାଇ ଗୋରୁ ଚରୁଛନ୍ତି । ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଲାଣି । ପରିବାର ଭରଣପୋଷଣ କରିବା ପାଇଁ ଚାଷୀକୁ ଚିନ୍ତା ମାଡିବସିଲାଣି ।

ରାଜ୍ୟରେ ଯେଉଁ ସବୁ ଜିଲ୍ଲାରେ କେନାଲ ସୁବିଧା ଅଛି ସେଗୁଡିକ ମଧ୍ୟରୁ ଅଧିକାଂଶରେ ପାଣି ଆସୁନାହିଁ । କେନାଲ କାମ ସଂପୂର୍ଣ୍ଣ ହୋଇପାରିନାହିଁ । ଯେଉଁସବୁ କେନାଲ ନିର୍ମାଣ କରାଯାଇଛି ୬ ମାସ ପରେ ସେଗୁଡିକ ଭାଙ୍ଗିରୁଜି ଗଲାଣି । ବର୍ତ୍ତମାନ ପାଣି ପାଇଁ ହାହାକାର ଚାଷୀ । ପାଣି ବ୍ୟବସ୍ଥା ଅଛି କିନ୍ତୁ ଅବସ୍ଥା ନାହିଁ । ଦୁର୍ନିତୀ ଦାଉ ସାଧିଛି । ଏପଟେ ମାଟି ଫାଟି ଆଁ କଲାଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 EAMର ସାହାଯ୍ୟ ନେବୁ : ଜିଲ୍ଲାପାଳ 🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 EAMର ସାହାଯ୍ୟ ନେବୁ : ଜିଲ୍ଲାପାଳ 🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ