Masthead

ପାଣି ଅଛି, କିନ୍ତୁ ମାଟି ଫାଟିଛି, ଚାଷୀର ଭାଗ୍ୟବି ଫାଟିଛି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଏବେ ଦେଖା ଦେଇଛି ନିଅଣ୍ଟିଆ ବର୍ଷା । ଯେଉଁ ଲଘୁଚାପ ସୃଷ୍ଟି ହୋଇଛି ତଥାପି ସେଥିରେ ଚାଷ କାର୍ୟ୍ୟ ହୋଇପାରି ନାହିଁ । ପ୍ରାୟ ୩୦ ଟି ଜିଲ୍ଲାରେ ଏବେ ମରୁଡି ଦେଖିବାକୁ ମିଳୁଛି । ଏହାକୁ ନେଇ ଚିନ୍ତାରେ ଚାଷୀ । ଯେଉଁ ସବୁ ଜିଲ୍ଲାରେ କେନାଲର ସୁବିଧା ରହିଛି, ସେହି ସ୍ଥାନମାନଙ୍କରେ ଆଂଶିକ ଧାନ ଚାଷ ବେଉଷଣ ହୋଇଛି । ପ୍ରାୟତଃ ଓଡ଼ିଶାରେ ଚାଷୀମାନେ ବର୍ଷାକୁ ନିର୍ଭର କରି ଚାଷ କାମ ଆରମ୍ଭ କରିଥାନ୍ତି ।

କିନ୍ତୁ ଚଳିତ ବର୍ଷ ଅଧିକ ଲଘୁଚାପ ସୃଷ୍ଟି ହୋଇଥିଲେ ମଧ୍ୟ ନିଅଣ୍ଟିଆ ବର୍ଷା ଯୋଗୁଁ ରାଜ୍ୟରେ ମରୁଡି ଦେଖା ଦେଲାଣି । ବିଲବାଡିରେ ଗାଇ ଗୋରୁ ଚରୁଛନ୍ତି । ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଲାଣି । ପରିବାର ଭରଣପୋଷଣ କରିବା ପାଇଁ ଚାଷୀକୁ ଚିନ୍ତା ମାଡିବସିଲାଣି ।

ରାଜ୍ୟରେ ଯେଉଁ ସବୁ ଜିଲ୍ଲାରେ କେନାଲ ସୁବିଧା ଅଛି ସେଗୁଡିକ ମଧ୍ୟରୁ ଅଧିକାଂଶରେ ପାଣି ଆସୁନାହିଁ । କେନାଲ କାମ ସଂପୂର୍ଣ୍ଣ ହୋଇପାରିନାହିଁ । ଯେଉଁସବୁ କେନାଲ ନିର୍ମାଣ କରାଯାଇଛି ୬ ମାସ ପରେ ସେଗୁଡିକ ଭାଙ୍ଗିରୁଜି ଗଲାଣି । ବର୍ତ୍ତମାନ ପାଣି ପାଇଁ ହାହାକାର ଚାଷୀ । ପାଣି ବ୍ୟବସ୍ଥା ଅଛି କିନ୍ତୁ ଅବସ୍ଥା ନାହିଁ । ଦୁର୍ନିତୀ ଦାଉ ସାଧିଛି । ଏପଟେ ମାଟି ଫାଟି ଆଁ କଲାଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ୩ ଦିନ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ 🔴 ଟ୍ରମ୍ପଙ୍କ ଧମକ ପରେ ଅଚେତ ହୋଇଗଲେ ମୋଜତାବା ଖାମେନେଇ 🔴 ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ୩ ଦିନ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ 🔴 ଟ୍ରମ୍ପଙ୍କ ଧମକ ପରେ ଅଚେତ ହୋଇଗଲେ ମୋଜତାବା ଖାମେନେଇ 🔴 ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି