ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଯୋଗ ଦେଇ ନପାରନ୍ତି ମେହବୁବା ମୁଫତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜୁନ ୨୪ରେ ଜମ୍ମୁ ଓ କାଶ୍ମୀରର ରାଜନୈତିକ ଦଳର ନେତାଙ୍କ ସହ ପ୍ରଧାନମନ୍ତ୍ରୀ ଏକ ବୈଠକ ଆୟୋଜନ କରିଛନ୍ତି । ତେବେ ଏଥିରେ ପିଡିପି ମୁଖ୍ୟ ତଥା ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଯୋଗ ଦେଇ ନପାନ୍ତି ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି । ଦିଲ୍ଲୀରେ ଆଗାମୀ ଗୁରୁବାର ଦିନ ହେବାକୁ ଥିବା ଏହି ବୈଠକରେ ଯୋଗ ଦେବା ପାଇଁ କେନ୍ଦ୍ର ସରକାରଙ୍କଠାରୁ ଫୋନ କଲ ଆସିଥିବା କଥା ମେହବୁବା ଜଣାଇଥିଲେ । ତେବେ ଦଳର ସହକର୍ମୀଙ୍କ ସହ ଆଲୋଚନା କରିବା ପରେ କେନ୍ଦ୍ର ସରକାରଙ୍କ ବୈଠକରେ ଯୋଗ ଦେବେ କି, ନାହିଁ ମେହବୁବା ମୁଫ୍‌ତି ନିଷ୍ପତ୍ତି ନେବେ।

ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ନ୍ୟାସନାଲ କନଫରେନ୍ସ’ ମୁଖ୍ୟଙ୍କୁ ମୁଫତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକରେ ଯୋଗ ଦେବାକୁ ପ୍ରତିନିଧି ଭାବେ ପଠାଇ ପାରନ୍ତି ବୋଲି ଉପରୋକ୍ତ ସୂତ୍ର ଅନୁମାନ କରିଛି। ପୂର୍ବତନ ରାଜ୍ୟ ଜମ୍ମୁ ଓ କଶ୍ମୀରର ଶେଷ ମୁଖ୍ୟମନ୍ତ୍ରୀ ଥିଲେ ‘ପିଡିପି’ ମୁଖ୍ୟ ମେହବୁବା ମୁଫ୍‌ତି। ୨୦୧୬-୨୦୧୮ ପର୍ୟ୍ୟନ୍ତ ସେ ‘ବିଜେପି’ ସହ ମେଣ୍ଟ କରି ସରକାର ଚଳାଇଥିଲେ। ତେଣୁ, ଏହି ବୈଠକରେ ଯୋଗ ଦେବେ କି, ନାହିଁ ‘ପିଡିପି’ ସ୍ଥିର କରିବ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’