Masthead

ଟ୍ୱିଟର ବିବାଦ ପରେ ଏବେ ଫେସବୁକ ଏବଂ ଗୁଗୁଲର ପାଳି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଟ୍ୱିଟର ବିବାଦ ପରେ ଏବେ ଫେସବୁକ ଏବଂ ଗୁଗୁଲର ପାଳି । ମଙ୍ଗଳବାର ଆଇଟି ମନ୍ତ୍ରାଳୟର ଷ୍ଟାଣ୍ଡିଂ କମିଟି ଆଗରେ ହାଜର ହେବେ ଫେସବୁକ୍ ଓ ଗୁଗୁଲର ଅଧିକାରୀ । ଏହି ଦୁଇ ଆମେରିକୀୟ କମ୍ପାନୀର ଭାରତୀୟ ପ୍ରତିନିଧିଙ୍କୁ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ନେତୃତ୍ୱାଧୀନ କମିଟି ଆଗରେ ହାଜର ହେବାକୁ କହିଛନ୍ତି କେନ୍ଦ୍ର ସରକାର ।

ସୋସିଆଲ ମିଡିଆ ୟୁଜରଙ୍କ ଅଧିକାର ଏବଂ ଅପବ୍ୟବହାର ବାବଦରେ ଷ୍ଟାଣ୍ଡିଂ କମିଟି ଆଗରେ ଜବାବ ରଖିବେ ୨ କମ୍ପାନୀର ଭାରତୀୟ ଅଧିକାରୀ ।କେନ୍ଦ୍ର ସରକାର ବୈଠକ ବାବଦରେ ଏହି ଦୁଇ କମ୍ପାନୀର ଭାରତୀୟ ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ଯେଉଁଥିରେ ସୋଶିଆଲ ମିଡିଆର ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ କିଭଳି ଗୋପନୀୟ ରହିବ ଏବଂ ବିଭିନ୍ନ ପ୍ରକାର ଗୁଜବ ନ୍ୟୁଜକୁ ରୋକି ହେବ ସେ ନେଇ କମିଟି ପଚାରିବ । ଏଥିସହ ସମସ୍ତ ଆବଶ୍ୟକ ପ୍ରମାଣ ଦାଖଲ କରିବେ ଫେସବୁକ୍ ଓ ଗୁଗୁଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ