Masthead

ସାମାଜିକ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହେବେ ଓବିସି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କ୍ଷମତାରେ ରହିବା ପାଇଁ ସବୁ ରାଜନୈତିକ ଦଳଙ୍କ ଇଚ୍ଛା । ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ କରିସାରିଲେଣି ରଣନୀତି । ବିଭିନ୍ନ ବର୍ଗର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡିକ ତିଆରି କରି ସାରିଲେଣି ବ୍ଲୁ ପ୍ରିଣ୍ଟ । କିନ୍ତୁ ଜାତୀୟ ଦଳ ବିଜେପି ଓ କଂଗ୍ରେସକୁ ଚକ୍ମା ଦେଇ ବିଜେଡି ଖେଳିଛି ଓବିସି କାର୍ଡ । ୨୦୨୪ ପୂର୍ବରୁ ଏହା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାଷ୍ଟର ଷ୍ଟ୍ରୋକ ବୋଲି କୁହାଯାଉଛି । ଆଗାମୀ ମେ ୧ରୁ ୨୭ ପର୍ଯ୍ୟନ୍ତ ହେବ ରାଜ୍ୟରେ ପଛୁଆ ବର୍ଗ ସର୍ଭେ । ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସୂଚିତ । ୨୦୮ ପ୍ରକାରର ପଛୁଆ ବର୍ଗ ଲୋକଙ୍କ ସାମାଜିକ ଆର୍ଥିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସଂଗ୍ରହ କରାଯିବ ତଥ୍ୟ । ଏଥିପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ହୋଇସାରିଛି । ରାଜ୍ୟରେ ପ୍ରାୟ ୫୪ ପ୍ରତିଶତ ଅଛନ୍ତି ପଛୁଆ ବର୍ଗ ।

ରାଜ୍ୟରେ ପ୍ରଚଳିତ ସଂରକ୍ଷଣ ନୀତି ଅନୁଯାୟୀ ଅନୁସୂଚିତ ଜନଜାତିଙ୍କୁ ୨୨.୫ ପ୍ରତିଶତ , ଅନୁସୂଚିତ ଜାତିଙ୍କୁ ୧୬.୨୫ ପ୍ରତିଶତ ଏବଂ ପଛୁଆ ବର୍ଗଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ସୁବିଧା ମିଳୁଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଯୋଗୁଁ ରାଜ୍ୟ ସରକାର ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ସୁବିଧା ଦେଇପାରୁନାହାଁନ୍ତି । ଓବିସି ବର୍ଗର ଜନସଂଖ୍ୟାକୁ ବିଚାର କଲେ ସେମାନଙ୍କୁ କମ୍ ସଂରକ୍ଷଣ ମିଳୁଛି । ଚାକିରି ଓ ଶିକ୍ଷା କ୍ଷେତ୍ରରେ ଏହି ବର୍ଗର ଲୋକମାନେ ବଞ୍ଚିତ ହେଉଛନ୍ତି । ଏମାନଙ୍କର ଜନଗଣନାର ଠିକ୍ ପରିସଂଖ୍ୟନ ନାହିଁ । ୨୦୨୧ ଜନଗଣନାରେ ପଛୁଆ ବର୍ଗଙ୍କ ଗଣନା କରିବାକୁ ରାଜ୍ୟ କ୍ୟାବିନେଟରେ ଏକ ବିଲ୍ ପାସ୍ ହୋଇଥିଲା । କ୍ୟାବିନେଟର ନିଷ୍ପତ୍ତି କେନ୍ଦ୍ର ସରକାରଙ୍କୁ ଜଣାଇ ଦିଆଯାଇଥିଲା । ମାତ୍ର ଜନଗଣନା କମିଶନର ଏହାକୁ ଖାରଜ କରିଦେଇଥିଲେ ।

ଓବିସିଙ୍କ ପ୍ରକୃତ ସଂଖ୍ୟା ଜାଣିବାକୁ ହେଲେ ଜାତିଭିତିକ ଜନଗଣନା ଜରୁରୀ । ଏସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଯୁକ୍ତି କରି ଆସୁଛନ୍ତି । ଓବିସିଙ୍କୁ ସାମାଜିକ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ବୃଦ୍ଧି ପାଇଁ ରାଜ୍ୟ ସରକାର ମଧ୍ୟ ଦାବି କରି ଆସୁଛନ୍ତି । ଏ ସମ୍ପର୍କରେ ମଧ୍ୟ ବିଧାନସଭାରେ ଏକ ବିଲ୍ ପାସ୍ ହୋଇଛି । ୨୦୨୧ ଜନଗଣନା ବର୍ତ୍ତମାନ ସୁଧା ହୋଇନାହିଁ । କିନ୍ତୁ ବିହାର ସରକାର ୨୦୨୨ରେ ଓବିସି ସର୍ଭେ ଆରମ୍ଭ କରିଛନ୍ତି । ୨୦୨୧ ଫେବୃଆରୀରେ ନବୀନ ସରକାର ଏହି ସର୍ଭେ ଆରମ୍ଭ କରିଥାନ୍ତେ । ଏଥିପାଇଁ ରାଜ୍ୟ ଓବିସି କମିଶନଙ୍କୁ ଅନୁମତି ଦିଆଯାଇଥିଲା । ମାତ୍ର କରୋନା ପାଇଁ ବନ୍ଦ ରହିଥିଲା ସର୍ଭେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ