Masthead

ଭାଙ୍ଗୁଛି ଦମ୍ଭ, ଓସିଏ ପଦ ଛାଡ଼ିଲେ ବବି

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ଶକ୍ତିଶାଳୀ ବିଜେଡି ନେତା ବବି ଏବେ ଦିଶାହୀନ । କ’ଣ କରିବେ ବୁଦ୍ଧି ପଶୁନି । ବିଚାର କରିପାରୁନାହାନ୍ତି କେଉଁ ନିଷ୍ପତ୍ତି ଠିକ୍, କେଉଁ ନିଷ୍ପତ୍ତି ଭୁଲ ହେବ । ଏମପି କି ଏମଏଏଲ ତ ହୋଇପାରିଲେ ନି । ମାଙ୍କୁ ବି ଜିତାଇପାରିଲେନି । ଦଳ ବି ଏମିତିରେ ସରକାରରୁ ଚାଲିଗଲା । ଆଉ ଓସିଏ ପଦ ବା କାହିଁକି ରଖିଥାନ୍ତେ । ଇଲେକ୍ସନର ୭ମାସ ପରେ ଓଡ଼ିଶା କିକ୍ରେଟ ଆସୋସିଏସନରୁ ଇସ୍ତଫା ଦେଲେ ପ୍ରଣବ ପ୍ରକାଶ ଦାସ । ପଦ ଛାଡିଲେ ବିବାଦ ବି ବଢିଲା । ଗଲା ସାଧାରଣ ନିର୍ବାଚନରେ ବୁଦ୍ଧି ଶିକ୍ଷିଲେ ବବି । ରାଜନୀତି ସାଙ୍ଗକୁ କ୍ରୀଡ଼ା ଜଗତରେ ନିଜର ପତିଆରା ବିସ୍ତାର ପାଇଁ ଚାହୁଁଥିଲେ ବବି । ତାହା କିନ୍ତୁ ଅଧୁରା ରହିଗଲା । ତାଙ୍କ ଖେଳ ଘର ଶୂନ୍ୟ ଥିବା ସତ୍ତ୍ୱେ ଆସନକୁ ମାଡିବସିଥିଲେ ।

ଯେହେତୁ ସେତେବେଳେ ସରକାରରେ ଥିଲା ବିଜେଡି । ପୁରା ଶକ୍ତିଶାଳୀ ନେତା ଥିଲେ ବବି । ଓସିଏ ଇଲେକ୍ସନରେ ଲଢି ୨୦୨୨ରେ ସଭାପତି ପଦକୁ ଅଳଙ୍କୃତ କରିଥିଲେ । ମାତ୍ର ଦୁଇ ବର୍ଷରେ ପଦରେ ରହିବା ପାଇଁ ନିଜକୁ ଯୋଗ୍ୟ ମଣିିଲେ ନାହିଁ ବବି । କାହିଁକି ନା ଦାୟିତ୍ୱ ନେବାର ଦୁଇବର୍ଷ ପୂରିଥିଲେ ବି କିକ୍ରେଟ ପାଇଁ ତାଙ୍କ ଅବଦାନ ବିଗ୍ ଜିରୋ । ବିଜେଡି ସରକାରରେ ଥିବା ବେଳେ କ୍ରୀଡାରେ ବି ରାଜନୀତି ପୂରାଇ ଦେଇଥିଲେ । ନିଜର ବାହୁବଳୀ ନେତା ପ୍ରଣବ ପ୍ରକାଶ ଦାସଙ୍କୁ ସଭାପତି କରାଇଥିଲେ ନବୀନ । ଖାଲି ଦଖଲକୁ ନେଥିଲେ ତାହା ନୁହେଁ ବାରବାଟୀ ଷ୍ଟାଡିୟମର ରୂପାନ୍ତିକରଣ କରିବା ପାଇଁ ବି ମନବଳେଇଥିଲେ ନବୀନଙ୍କ ଅଣ ଓଡ଼ିଆ ଗୁମାସ୍ତା । ବବି ଥିଲେ ସଭାପତି ଯାହା ପାରିବେ ତାହା କରିବେ ବୋଲି ଭାବି ନେଇଥିଲେ କିନ୍ତୁ ତାଙ୍କ ଚିନ୍ତାଧାରାକୁ ପ୍ରବଳ ବିରୋଧ ହୋଇଥିଲା ।

ଯାହା ପାଇଁ ବିଜେଡି ସରକାରକୁ ପଛଘୁଞ୍ଚା ଦେବାକୁ ପଡିଥିଲା । ବବି ତାଙ୍କ ସଭାପତିତ୍ୱରେ ନା କିକ୍ରେଟ ଜଗତରେ ନୂଆ ପିଢି ସୃଷ୍ଟି କରିପାରିଲେ ନା ଅନ୍ତରଜାତୀୟ ଗୋଟେ ବି ମ୍ୟାଚ ସେ କରିପାରିଲେ । କିଛି ବି କରିପାରିଲେ ନାହିଁ ପ୍ରଣବ । ବୋଧେ ହୁଏ ଏବେ ସେ ଭଲ ଭାବରେ ବୁଝିପାରିଛନ୍ତି । ଯାହା ପାଇଁ ନିଜ ଆଡୁ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ପଦକୁ ବାଏ ବାଏ କରିଛନ୍ତି । ୨୪ଇଲେକ୍ସନ ତାଙ୍କର ସବୁକିଛି ଅଙ୍କ ବଦଳାଇଦେଇଛି । ନା ଗର୍ବ କାମ ଦେଲା ନା ଅହଙ୍କାର । କୁହାଯାଉଛି କି ପଦ ଛାଡ଼ିଲେ ସତ କିନ୍ତୁ ଏବେ ତାଙ୍କ ପାଇଁ ଆଡ଼ୁଆ ବଢିଛି । ତାଙ୍କ ସମୟ କାଳରେ ହୋଇଥିବା ହେରଫେରର ହୋଇପାରେ ତଦନ୍ତ । ତାଙ୍କ ସ୍ଥାନରେ ୪୫ଦିନ ମଧ୍ୟରେ ନୂଆ ସଭାପତି ଚୟନ ହେବ । ସେଥିପାଇଁ ବି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି