Masthead

ଅଙ୍ଗନୱାଡି କର୍ମୀ ଚୟନ ପ୍ରକ୍ରିୟାରେ ଅନୀୟମିତତା, ବ୍ୟବସ୍ଥାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ

ଆଠମଲ୍ଲିକ(ବଡ଼ ଖବର ବ୍ୟୁରୋ): ଅଙ୍ଗନୱାଡି କର୍ମୀ ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣିଲେ ତେନ୍ତୁଳି ପଦର ଗ୍ରାମବାସୀ । ବ୍ୟବସ୍ଥାର ସ୍ୱଚ୍ଛତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି । ସାରା ଓଡ଼ିଶାର ଅଙ୍ଗନୱାଡ଼ି କର୍ମୀମାନେ ନିଜର ହକ୍ ପାଇଁ ରାଜରାସ୍ତାରେ ଆନ୍ଦୋଳନ ଚଳାଇଛନ୍ତି । ମାତ୍ର ଅଙ୍ଗନୱାଡ଼ି କର୍ମୀ ଚୟନ ପ୍ରକ୍ରିୟାରେ ଅନୀୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଲାଞ୍ଚ କାରବାର ହୋଇଥିବା ଖୋଲାଖୋଲି ଅଭିଯୋଗ କରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଲୁହାସିଙ୍ଗା ପଞ୍ଚାୟତର ତେନ୍ତୁଳି ପଦର ଗାଁରେ ।

ତେନ୍ତୁଳିପଦର ଅଙ୍ଗନୱାଡ଼ି କେନ୍ଦ୍ରରେ ନୂତନ କର୍ମୀ ଆବଶ୍ୟକ ଥିବାରୁ ଚୟନ ନିମନ୍ତେ ନୋଟିସ୍ ଜାରି କରାଯାଇଥିଲା । ୫ଜଣ ଆବେଦନ କରିଥିଲେ। ଦୁଇଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଥିଲେ । ସେହି ଗ୍ରାମର ଯାଜ୍ଞସେନି ପଧାନଙ୍କ ଯୋଗ୍ୟତା ଯୁକ୍ତ୩ ହୋଇଥିବା ବେଳେ ଅନ୍ୟ ଜଣେ ଦୋଳମୁଣ୍ଡି ଗ୍ରାମର ସୁନୀତା ବାଘଙ୍କ ଯୋଗ୍ୟତା ଯୁକ୍ତ ୨ ସିଟି । ସୁନୀତା ବାଘଙ୍କୁ କେମିତି ଚୟନ କଲେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନବ ନିଯୁକ୍ତ କର୍ମୀ ସୁନୀତା ବାଘ କାର୍ୟ୍ୟରେ ଯୋଗ ଦେବାରୁ ତାଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ରକୁ ଗ୍ରାମବାସୀ ପୁରାଇ ଦେଇ ନଥିଲେ ।

ଆଠମଲ୍ଲିକ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବହୁତ୍ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଯାଜ୍ଞସେନି ପ୍ରଧାନଙ୍କୁ ଚାକିରି ଦିଆନଗଲେ ଆନେ୍ଦାଳନ ଜୋରଦାର କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଗ୍ରାମବାସୀ ସିଡିପିଓ, ଉପଜିଲ୍ଲପାଳ, ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ପ୍ରତିକ୍ରିୟା ଦେଇ ହେବନି ବୋଲି ସିଡିପିଓ କହିଥିଲେ । ସିଡିପିଓ ପ୍ରତିକ୍ରିୟା ନଦେବା ପଛରେ କ’ଣ ଲୁଚି ରହିଛି ରହସ୍ୟ? କିଛି ହାତ ଗୁଞ୍ଜା ପାଇ ଚୁପ୍ ହୋଇ ବସିଛନ୍ତି କି? ଚୟନ ପ୍ରକ୍ରିୟାରେ ଲାଞ୍ଚ କାରବାର ହୋଇଛି କି ତଦନ୍ତ କଲେ ଜଣାପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ