Masthead

ମୋଦିଙ୍କ ‘ସଙ୍କଟରେ ଓଡ଼ିଆ ଅସ୍ମିତା’ ଲଗାଇଲା ରାଜ୍ୟ ପଲିଟିକ୍ସରେ ନିଆଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ‘ଓଡ଼ିଆ ଭାଷା ଓ ଅସ୍ମିତା ସଙ୍କଟରେ । ଓଡ଼ିଶାବାସୀ ଏହାକୁ ବରଦାସ୍ତ କରିବେ ନାହିଁ’ । ଜାତୀୟ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଏବେ ଓଡ଼ିଶା ପଲିଟିକ୍ସରେ ଲଗେଇଛି ନିଆଁ । ଖାଲି ସେତିକି ନୁହେଁ ‘ଓଡ଼ିଶାରେ ପ୍ରାକୃତିକ ସଂପଦ ଭରପୂର ରହିଛି । ଓଡ଼ିଶା ଏକ ନମ୍ବର ଧନୀ ରାଜ୍ୟ ହେବା କଥା । ହେଲେ ଓଡ଼ିଶାର ଅବସ୍ଥା କ’ଣ? ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ରହିଛି । ଓଡ଼ିଶାରେ ଯଦି ଆମକୁ ସେବା କରିବାର ସୁଯୋଗ ମିଳେ ତାହଲେ ବିକାଶ ଶିଖରରେ ପହଂଚାଇବୁ । ସେପଟେ ମେଂଟକୁ ନେଇ ମଧ୍ୟ ମୋଦି କହିଛନ୍ତି ଯେ ବିଜେଡି ଆମକୁ ସଂସଦରେ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେଇଆସିଛି ।

ଆମକୁ ଆହୁରି ଅନେକ ଦଳ ସମର୍ଥନ ଦେଉଛନ୍ତି । ଓଡ଼ିଶାରେ ବିଜେଡି ସହ ଆମ ଦଳ ବିଜେପିର ଭିନ୍ନ ସଂପର୍କ ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଏବେ ରାଜ୍ୟ ବିଜେପି ଓ କର୍ମୀକର୍ତ୍ତାଙ୍କ ମନୋବଳ ବଢାଇଛି । ଯଦି ଦେଖିବା ଚଳିତ ନିର୍ବାଚନରେ ଓଡ଼ିଆ ଭାଷା, ଅସ୍ମିତା କଥା କହି ମଇଦାନକୁ ଓହ୍ଳାଇଥିବା ବିଜେପି ନେତାଙ୍କୁ ମୋଦିଙ୍କ ମନ୍ତବ୍ୟ ନିଶ୍ଚିତ ଭାବେ ସୁହାଇବେ । ରାଜ୍ୟ ବିଜେପି ସଭାପତି ମନମୋହନ ସମାଲ ଓଡ଼ିଆ ଅସ୍ମିତା କହି ଆସୁଛନ୍ତି । ରାଜ୍ୟକୁ ଅନ୍ୟ ଜଣେ ଚଳାଉଛନ୍ତି । ଜନତା ଜନାର୍ଦ୍ଦନ ଏହା ବୁଝି ସାରିଳେଣି କହିଆସୁଛନ୍ତି । ଆଉ ଠିକ ଏତିକି ବେଳେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଆ ଅସ୍ମିତା କଥା ରାଜ୍ୟ ବିଜେପିକୁ ବୁଷ୍ଟର ଡୋଜ୍ ଭଳି ଶକ୍ତି ଯୋଗାଇଛି ।

ସେପଟେ ଏହାକୁ ମଧ୍ୟ ଅସ୍ୱୀକାର କରାଯାଇନପାରେ ଯେ ଓଡ଼ିଆ ଅସ୍ମିତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ଭାଷା ସମ୍ମିଳନୀ କରିଥିଲେ । ବିଭିନ୍ନ ଦେଶର କବି, ସୁସାହିତ୍ୟକ, ବରିଷ୍ଠ ବ୍ୟକ୍ତି ବିଶେଷଙ୍କ ନିମନ୍ତ୍ରଣ ପାଇଁ ଆସିଥିଲେ । ଓଡ଼ିଶାବାସୀ ମଧ୍ୟ ଏହି ସମ୍ମିଳନୀଙ୍କୁ ଦେଖିଛନ୍ତି । ଖାଲି ସେତିକି ନୁହେଁ ସତ୍ୟଭାମାପୁରରେ ମଧୁସୂଦନ ଦାସ ଓ ସୁଆଣ୍ଡୋରେ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ଅତ୍ୟାଧୁନିକ ରୂପ ଦେଇଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗ ଉଠାଇ ବିଜେପିର ଅସ୍ମିତାକୁ କାଉଂଟର କରିବାରେ ବିଜେଡି । ହେଲେ ସମୟ କହିବ ଅସ୍ମିତା, ଭାଷାକୁ ନେଇ ଚାଲିଥିବା ରାଜନୀତିର ରୂପରେଖ କେଉଁ ଦିଗକୁ ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ