ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ । ମୁଖ୍ୟମନ୍ତୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏହି ବୈଠକରେ ମନ୍ତ୍ରୀ ପରିଷଦ ସଭ୍ୟ ଓ ବିଭାଗୀୟ ସଚିବ ଦେବେ ଯୋଗ ।ବିଭିନ୍ନ ବିଭାଗର ପ୍ରସ୍ତାବରେ ବାଜିପାରେ କ୍ୟାବିନେଟ ମୋହର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ବିଧାନସଭାରେ ଉପସ୍ଥାପିତ ହେବାକୁ ଥିବା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟକୁ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି ।

ଏହାପରେ କ୍ୟାବିନେଟ୍‌ ବୈଠକ ବସିବ । ରାଜ୍ୟ ସ୍ୱାର୍ଥ ସମ୍ବଳିତ କିଛି ପ୍ରସଙ୍ଗରେ ଆଲୋଚନା ହେବା ପରେ କ୍ୟାବିନେଟ୍‌ ତାକୁ ଅନୁମୋଦନ କରିବ । ନିର୍ଦ୍ଦିଷ୍ଟ ଏଜେଣ୍ଡା ସମ୍ପର୍କରେ ସୂଚନା ମିଳିନି । ଅପରାହ୍ନରେ ବୈଠକ ବସିବାକୁ ଧାର୍ଯ୍ୟ ହୋଇଛି । ସୂଚନା ଅନୁଯାଇ ଆସନ୍ତା ୧୭ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଆଗତ କରିବେ । ଏହା ପୂର୍ବରୁ ଫେବୃୟାରୀ ୧୨ରେ ବସିବ ସର୍ବଦଳୀୟ ବୈଠକ । ବଜେଟ ରୂପରେଖ ନେଇ ହେବ ଆଲୋଚନା । ଏହାକୁ ଦୃଷ୍ଟିରେ ରଖି ଆଜି ବସିବ କ୍ୟାବିନେଟ ବୈଠକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ