Masthead

ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଲେ ବିରୋଧୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ବିଧାନସଭା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଛି। ନୂଆ ପରମ୍ପରା ସୃଷ୍ଟି କରାଯାଇଛି। ଗୃହ ଚାଲିବା ସମୟରେ ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଘୋଷଣା କରିବା କେତେ ଦୂର ଠିକ। ମୁଖ୍ୟମନ୍ତ୍ରୀ ଯେତେବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ଥିଲେ ସେତେବେଳେ ସେ ବି ଦୁଇ ଦୁଇ ମନ୍ତ୍ରୀଙ୍କ ବିରୋଧରେ ପ୍ରିଭିଲେଜ ଆଣିଛନ୍ତି। କିନ୍ତୁ ସେ ଆଜି କେମିତି ନିୟମ ଭଙ୍ଗ କଲେ। ଗୃହରେ କାହିଁକି ମୁଖ୍ୟମନ୍ତ୍ରୀ ଘୋଷଣା ନ କରି ସଚିବାଳୟରେ ଘୋଷଣା କରିବାର ମାନେ କଣ ? ସେ ଗୃହକୁ ଭୟ କରିଛନ୍ତି। ଗୃହକୁ ବିଶ୍ୱାସ କରିନାହାନ୍ତି। ମର୍ୟ୍ୟାଦା ଭଙ୍ଗ କରିଛନ୍ତି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ଆଣିଛି ତାରା ବାହିନୀପତି ।

ଆପଣ ରୁଲିଙ୍ଗ ଦିଅନ୍ତୁ। ପ୍ରିଭିଲେଜ୍ କମିଟିକୁ ଯାଉ।ସେ ଗୃହରେ ଇସ୍ତଫା ଦିଅନ୍ତୁ। ସେପଟେ ବିଜେଡି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି । ଗୃହ ଯେତେବେଳେ ଚାଲେ ସରକାର ଯାହା ଘୋଷଣା କରିବା କଥା ଗୃହରେ କରନ୍ତି। ଅଗ୍ନିବୀରଙ୍କୁ ନେଇ ଯେଉଁ ଘୋଷଣା କଲେ ତାହାକୁ ନେଇ ଗୃହ, ଅର୍ଥ ଓ ଏଜିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି କି ? ଗୃହକୁ ବିଶ୍ୱାସ ନ କରିବା ଦୁର୍ଭାଗ୍ୟ। ହାଇକୋର୍ଟଙ୍କ ନିୟମ ଭଙ୍ଗ କରିଛନ୍ତି । ନୂଆ ସରକାର ଭୁଲ ହେବା ସ୍ବାଭାବିକ ତାକୁ ସେ ଗ୍ରହଣ କରନ୍ତୁ। ଆମେ ତାଙ୍କୁ ଚେତାଇ ଦେଉଛୁ। ଗୃହରେ କ୍ଷମା ପ୍ରାର୍ଥନା କରନ୍ତୁ ମୁଖ୍ୟମନ୍ତ୍ରୀ ବୋଲି ସ୍ୱାଧିକାର ଭଙ୍ଗ ଆଲୋଚନାରେ ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି